STORYMIRROR

shmitaa mohanty

Inspirational

4  

shmitaa mohanty

Inspirational

ମାଆ ଏକ ନିଆରା ଶବ୍ଦ

ମାଆ ଏକ ନିଆରା ଶବ୍ଦ

1 min
20

ଭାଷା କୋଷ ରୁ ଅନେକ ଶବ୍ଦ ବୁଝି ହୋଇ ନ ଥାଏ

ହେଲେ ଏଇ ଗୋଟିଏ ଶବ୍ଦ " ମାଆ" ଯାହା କି

କାହା ପାଇଁ ଅବୁଝା ରହି ନ ଥାଏ

ଯେତେ ଶାରୀରିକ କଷ୍ଟ , ଆର୍ଥିକ ଅନାଟନ

ମାନସିକ ଦୁଶ୍ଚିନ୍ତା ଥିଲେ ମଧ୍ଯ

ବହୁତ ସାହାସୀ, ଭାରୀ ସ୍ନେହୀ, ଆଉ ସହିସ୍ନୁ ର 

ଅବତାର ନେଇ ଥାଏ ମାଆ

ମାଆ ଡ଼ାକ ଶୁଣିଲା ପର ଠାରୁ ସେ 

ଭୂଲି ଯାଏ ନିଜର ଅସ୍ତିତ୍ବ, ନିଜର ସୁଖ

ଆଉ ପେଟରେ ଓଦା କନା ଦେଇ କରି ଚାଲେ କର୍ତ୍ତବ୍ୟ

ହଁ ସେ କେତେବେଳେ କାହା ଆଗରେ 

ଲୁହ ଗଡାଏ ନାହିଁ,

ମନ ଖୋଲା ହସର ଉପହାର ସଭିଙ୍କୁ ଦିଏ

ଅବଶ୍ୟ ସେ ହସ ପଛରେ ଲୁଚି ଥାଏ ତା ଯନ୍ତ୍ରଣା

ତଥାପି ସେ ଖୁସି ଥାଏ, ସେଥିପାଇଁ ତ ସେ

"ମାଆ"ଆଉ ମହାନ । ହେଲେ ବର୍ତ୍ତମାନ 

କାହା ପାଖରେ ସମୟ ନାହିଁ, ଟିକେ 

ବସିବାକୁ ତା'ର ପଣତ କାନି ତଳେ...

ପିଲା ମାନେ ଚାକିରି କଲାପରେ "ମାଆ"

ମନକୁ ବୁଝାଇଥାଏ...ହଉ ପିଲାମାନେ ତାଙ୍କ 

ଭବିଷ୍ୟତ ଦେଖୁଛନ୍ତି...

ଆଉ ସେଇ ପିଲାମାନେ ଯେତେବେଳେ "ମାଆ"କୁ ନିଜ ପରିବେଶ ଠାରୁ ଦୂରେଇ ଦିଅନ୍ତି... ସେତେବେଳେ ସେ ବହୁତ କଷ୍ଟ ପାଏ।

ଆଉ ଯନ୍ତ୍ରଣା ରେ ଛଟପଟ ହୁଏ। ତଥାପି ତା

ମୁହଁ ରୁ ପଦୁଟିଏ ପୁଅ ପାଇଁ ବାହାରେ ନାହିଁ।

ନିରିମାଖି ପରି ସେ ପିଲାଙ୍କ ଆସିବା ବାଟକୁ 

ଚାହିଁ ରହି ଥାଏ....!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational