STORYMIRROR

Rajendra Bishoyi

Inspirational

3  

Rajendra Bishoyi

Inspirational

ଶିକ୍ଷକ

ଶିକ୍ଷକ

1 min
239

ବିଦ୍ଯାବୁଦ୍ଧି ଦେଇ ସସ୍ନେହେ ଆମକୁ

ଯିଏ ତ ଦେଖାଏ ବାଟ

ସେ ପରା ଆମର ପଥ ପ୍ରଦର୍ଶକ

ଆମରି ପୁଜ୍ୟ ଶିକ୍ଷକ ।।

ନ ରଖି ମନରେ ଛନ୍ଦ କପଟକୁ,

ଶିଖାଇ ଚାଲେ ଯେ ପାଠ

ସିଏ ତ ଆମର ଛାତ୍ର ଜୀବନର,

ପ୍ରକୃତ ପାଠ୍ୟ ପୁସ୍ତକ ।।

ଆକାଶ ଠାରୁ ଯେ ଉଦାର ଅଟନ୍ତି,

ସାଗରୁ ଗଭୀର ମନ

ତାଙ୍କରି ଆଶୀଷେ ଶୃଙ୍ଖଳିତହେବ, 

ନିଶ୍ଚେ ଆମର ଜୀବନ ।।

ବିଦ୍ୟାର ମନ୍ଦିରେ ଚଳନ୍ତି ଠାକୁର, 

କରୁଣାର ଗନ୍ତାଘର

କାଣିଚାଏ କୃପା ହୋଇଲେ ତାଙ୍କରି,

ଜୀବନ ହେବ ସୁନ୍ଦର,

ଶିକ୍ଷା ସଙ୍ଗତରେ ଚଳଣି ଶିଖାନ୍ତି

ହେବାକୁ ଭଲ ମଣିଷ 

କର୍ମ ସାଧନାରେ ବ୍ରତୀ ହେବା ପାଇଁ–

ସଦା କରିଥାନ୍ତି ଆସ ।।

ଛାତ୍ର ଜୀବନରୁ ଶୃଙ୍ଖଳିତ ଜ୍ଞାନ

ଭରି ଦିଅନ୍ତି ମନରେ 

ଭବିଷ୍ୟ ଜୀବନ ଶୃଙ୍ଖଳିତହେବ,

ନିଶ୍ଚେ ତାଙ୍କରି କୃପାରେ ।।

ଶି’ -ରେ ଶିଖାନ୍ତି କର୍ମ ଆଉ ଧର୍ମ,

କ୍ଷ’-ରେ ସେ କ୍ଷମା ଦାତା ,

କ’-ରେ କର୍ତ୍ତବ୍ୟ ନିଷ୍ଠ ଅଟନ୍ତି ସେ

ଶିକ୍ଷକ ସଦା ବନ୍ଦିତା ।।

ମଙ୍ଗଳ ମୟ ସେ ଦ୍ଵିତୀୟ ଈଶ୍ୱର–

ତାଙ୍କ ପଦେ ନମସ୍କାର ।।

ତାଙ୍କ ଆଶୀର୍ବାଦେ ଜୀବନ ଆମର

ସର୍ବଦା ହେଉ ସୁନ୍ଦର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rajendra Bishoyi

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ପାହାଡ

ପାହାଡ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

Similar oriya poem from Inspirational