STORYMIRROR

Ajita Mishra

Inspirational

3  

Ajita Mishra

Inspirational

ପାହାଡ଼

ପାହାଡ଼

1 min
200

ପାହାଡ଼ ତୁମ ଆରୋହଣ 

ଆରୋହୀଙ୍କ ପାଇଁ

ସୁନ୍ଦର ସଜଳ ସ୍ୱପ୍ନ 

ଏଠି ସେଠି ସବୁଠି

ପର୍ବତ ଶୀର୍ଷ ହୋଇ ରହେ

ଚଢିବା ଖାଲି ଚଢିବାରେ 

ସୁଖ ବୋଲି କହେ...

ଉନ୍ନତିର ଶିଖରକୁ ଯାଇ ଦେଖ

ଆନନ୍ଦ କିଛି ବୋଲି ନାହିଁ

ହେଲେ ତୁମେ ଶିଖାଇଛ

ଉତ୍ସାହିତ ହେଇ ଚଢିବାକୁ

ଉପରୁ ଉପରକୁ

ସୋପାନର ଅନ୍ତିମ ପର୍ଯ୍ୟାୟକୁ

ଭିକ୍ଷୁକ ସନ୍ୟାସଟିଏ 

ବୈରାଗୀ ହୁଏ

ତୁମ ଉଚ୍ଚତାର କୋମଳ ସ୍ପର୍ଶରେ

ଦୈନ୍ୟ ମଣିଷ ଜୀବନ

ମନେହୁଏ ସ୍ଥିତି ହୀନ

 ତଥାପି , ହେ ପାହାଡ଼ !

ତୁମ ସଂସ୍ପର୍ଶରେ 

ଆକାଶ ବି ଭୁଲିଯାଏ

ମନର କ୍ଷୋଭ 

ଅୟୁତ ଯୁଗର ବିଷାଦ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational