ପାହାଡ଼
ପାହାଡ଼
ପାହାଡ଼ ତୁମ ଆରୋହଣ
ଆରୋହୀଙ୍କ ପାଇଁ
ସୁନ୍ଦର ସଜଳ ସ୍ୱପ୍ନ
ଏଠି ସେଠି ସବୁଠି
ପର୍ବତ ଶୀର୍ଷ ହୋଇ ରହେ
ଚଢିବା ଖାଲି ଚଢିବାରେ
ସୁଖ ବୋଲି କହେ...
ଉନ୍ନତିର ଶିଖରକୁ ଯାଇ ଦେଖ
ଆନନ୍ଦ କିଛି ବୋଲି ନାହିଁ
ହେଲେ ତୁମେ ଶିଖାଇଛ
ଉତ୍ସାହିତ ହେଇ ଚଢିବାକୁ
ଉପରୁ ଉପରକୁ
ସୋପାନର ଅନ୍ତିମ ପର୍ଯ୍ୟାୟକୁ
ଭିକ୍ଷୁକ ସନ୍ୟାସଟିଏ
ବୈରାଗୀ ହୁଏ
ତୁମ ଉଚ୍ଚତାର କୋମଳ ସ୍ପର୍ଶରେ
ଦୈନ୍ୟ ମଣିଷ ଜୀବନ
ମନେହୁଏ ସ୍ଥିତି ହୀନ
ତଥାପି , ହେ ପାହାଡ଼ !
ତୁମ ସଂସ୍ପର୍ଶରେ
ଆକାଶ ବି ଭୁଲିଯାଏ
ମନର କ୍ଷୋଭ
ଅୟୁତ ଯୁଗର ବିଷାଦ