STORYMIRROR

Ajita Mishra

Inspirational Others

3  

Ajita Mishra

Inspirational Others

ସମୁଦ୍ର

ସମୁଦ୍ର

1 min
135


ହେ ସମୁଦ୍ର !

ତୁମ ଆବେଶରେ 

ଲୁଚିଗଲେ ଆରକ୍ତ ସୂର୍ଯ୍ୟ  

ଗତ ସଂଧ୍ୟାରେ 

ଏବେ ତାଙ୍କୁ ଲେଉଟାଇ ଦିଅ 

ଅଳ୍ପ କିଛି ବାକି ଅଛି

ପ୍ରସ୍ତୁତ ରାତ୍ର ଚତୁର୍ଥ ପ୍ରହର 

ଏବେ ଉଷାର ବିଦାୟ ମୁହୂର୍ତ୍ତ 

ଛାଟିଦିଅ ରକ୍ତିମ ମଦିରା ଆଭା 

ହସିଉଠୁ ପୃଥିବୀ ମଙ୍ଗଳ ସକାଳ

ଧିରେ ଧିରେ ରୂପ ନେବ

ମଣିଷ ର ଅନ୍ତହୀନ କାର୍ଯ୍ୟ 

ଜୀବନ ତ ସଦାବେଳେ

କେବଳ ଚାଲେଞ୍ଜ

କେବେ ଭାତମୁଠେ

କେବେ ରୁଟି ଖଣ୍ଡେ ପାଇଁ

ପେଶି ହୁଏ ମଣିଷ ଜୀବନ ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational