STORYMIRROR

Ajita Mishra

Inspirational

3  

Ajita Mishra

Inspirational

ମାଆ

ମାଆ

1 min
148


କେବେ ଯଦି ମନେପଡେ ମାଆ ମୋର 

ଆଖି ଲୁହରେ ଜକେଇ ଯାଏ

କେମିତି ଦିନରାତି କାମ କରେ ସିଏ

ପିଲା କାନ୍ଦିଲେ କୋଡ଼ରେ ପକାଇ

ରାତିରାତି ଉଜାଗର ରହେ

 ଦୃଷ୍ଟି ଲାଗିଗଲା ....

ଅଡ଼ୁଆ କେଶ ଶୁଖିଲା ଲଙ୍କାରେ ଝାଡିଝୁଡି 

ରୋଗ ଛାଡ଼ି ଯିବ କହେ 

ପିଠିକୁ ସାଉଁଳେଇ ବୋଧ ଦିଏ

 ନିଶ୍ଚିନ୍ତରେ ଜଗି ରହେ

ବେଳେବେଳେ ମାତା ଶୀତଳା

ଜର ଦେବତାକୁ କ୍ଷୀର ଓ କଦଳୀ 

ପଣା ଯାଚି ଦିଏ

ସୁଖ ସମୟକୁ ସବୁଠୁ ସୁନ୍ଦର କରିଦେବା 

ଯାଦୁକରୀ କଳା ତା'କୁ ଜଣାଥିଲା

ଇଶ୍ୱରଙ୍କ ହାତରେ ଶକ୍ତିମୟୀ ଦେବୀ

ମାଆ ମୋର

 ସବୁଠୁ ସୁନ୍ଦର ଥିଲା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational