STORYMIRROR

Pratima Moharana

Inspirational

4  

Pratima Moharana

Inspirational

କ୍ରମଶଃ..

କ୍ରମଶଃ..

1 min
7

ଜନମିଲି ମାତ ଗରଭୁ

କ୍ରମଶଃ ହେଲି ବଡ଼

ଚାଲିବା କହିବା ଶିଖିଲି

ଡେଇଁଲି ବନ୍ଧ ବାଡ଼ ll


ବାଲ୍ୟରୁ କୈଶୋର କ୍ରମଶଃ

ପଢ଼ିଲି କେତେ ପାଠ

ଯୌବନେ କ୍ରମଶଃ ଦେଖିଲି

ପ୍ରେମର ପ୍ରତିରୂପ ll


ବିବାହ ବନ୍ଧନେ ବାନ୍ଧିଲି

ମୋର ସେନେହ ଡୋର

ପୁତ୍ର କନ୍ୟା ଦେଇ ଜନମ

କ୍ରମେ ଗଢ଼ିଲି ଘର ll


ବନ୍ଧୁ ପରିଜନଙ୍କ ସଙ୍ଗେ

କରିଲି କେତେ ରୋଷ

ଜଞ୍ଜାଳରେ ଗଲି ମୁଁ ବୁଡି

ଦୁଃଖେ ହେଲି ଅବଶ ll


ବାର୍ଦ୍ଧକ୍ୟ ଆସିଲା ସଧିରେ

ଚାହିଁଲି ଜୁଳୁଜୁଳୁ

ପ୍ରଭୁଙ୍କୁ ସୁମରି ଚାଲିଲି

ପାରି କର ଏ ଭବୁ ll


ସୃଷ୍ଟିର ଧାରାରେ ସଭିଏଁ

କ୍ରମଶଃ ହେଲେ ଗତ

ପାପପୁଣ୍ୟ ଦୁଇ ବାଛିଲେ

ପୁଣ୍ୟ କଲେ ସ୍ୱାଗତ ll


Rate this content
Log in

Similar oriya poem from Inspirational