STORYMIRROR

Pratima Moharana

Inspirational

4  

Pratima Moharana

Inspirational

କ୍ରମଶଃ..

କ୍ରମଶଃ..

1 min
18

ଜନମିଲି ମାତ ଗରଭୁ

କ୍ରମଶଃ ହେଲି ବଡ଼

ଚାଲିବା କହିବା ଶିଖିଲି

ଡେଇଁଲି ବନ୍ଧ ବାଡ଼ ll


ବାଲ୍ୟରୁ କୈଶୋର କ୍ରମଶଃ

ପଢ଼ିଲି କେତେ ପାଠ

ଯୌବନେ କ୍ରମଶଃ ଦେଖିଲି

ପ୍ରେମର ପ୍ରତିରୂପ ll


ବିବାହ ବନ୍ଧନେ ବାନ୍ଧିଲି

ମୋର ସେନେହ ଡୋର

ପୁତ୍ର କନ୍ୟା ଦେଇ ଜନମ

କ୍ରମେ ଗଢ଼ିଲି ଘର ll


ବନ୍ଧୁ ପରିଜନଙ୍କ ସଙ୍ଗେ

କରିଲି କେତେ ରୋଷ

ଜଞ୍ଜାଳରେ ଗଲି ମୁଁ ବୁଡି

ଦୁଃଖେ ହେଲି ଅବଶ ll


ବାର୍ଦ୍ଧକ୍ୟ ଆସିଲା ସଧିରେ

ଚାହିଁଲି ଜୁଳୁଜୁଳୁ

ପ୍ରଭୁଙ୍କୁ ସୁମରି ଚାଲିଲି

ପାରି କର ଏ ଭବୁ ll


ସୃଷ୍ଟିର ଧାରାରେ ସଭିଏଁ

କ୍ରମଶଃ ହେଲେ ଗତ

ପାପପୁଣ୍ୟ ଦୁଇ ବାଛିଲେ

ପୁଣ୍ୟ କଲେ ସ୍ୱାଗତ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational