STORYMIRROR

Pratima Moharana

Inspirational

3  

Pratima Moharana

Inspirational

ଝାନ୍ସୀରାଣୀ ଲକ୍ଷ୍ମୀବାଈ

ଝାନ୍ସୀରାଣୀ ଲକ୍ଷ୍ମୀବାଈ

1 min
176

ଝାନ୍ସୀ ମରlଠା ରାଣୀ ଲକ୍ଷ୍ମୀବାଈ

ଭାରତର ଯୋଗ୍ୟସୂତା

ଆଦ୍ୟ ବୀରଙ୍ଗନା ସ୍ୱାଧୀନ ସଂଗ୍ରାମୀ

ଧନ୍ୟ ସେ ଭାରତମାତା l


ମାତା ଭାଗିରଥି ପିତା ମୋରପନ୍ତ

କୋଳ କରିଲ ମଣ୍ଡନ

ମନୁ ମଣିକର୍ଣ୍ଣିକା ଲକ୍ଷ୍ମୀବାଈ ନାମେ

ଅରଜିଲ ଯଶନାମ l


ସ୍ୱାମୀ ଗଙ୍ଗାଧର ଛାଡି ଚାଲିଗଲେ

ବୈଧବ କରିଲା ଗ୍ରାସ

ଅସୀମ ସାହସ ଶକତି ଦେଖାଇ

ଦେଶ ପାଇଁ ଦେଲ ଝାସ l


ଅସୀ ଚଳାଠାରୁ ହସ୍ତୀ ଘୋଡା ଚଢା

ସର୍ବ କଳାରେ ନିପୁଣା

କିଏ ସରି ହେବ ତଵ ବୀରାପଣେ

ସିଦ୍ଧ ଖଡ଼ଗ ଚାଳନା l


ପିଲାଟି ଦିନରୁ ଦେଶ ପ୍ରେମଜ୍ୱାଳା

ହୋଇଥିଲା ପ୍ରଜ୍ବଳିତ

ତଵ ଇଙ୍ଗିତରେ ଗୋରା ସରକାର

ହେଉଥିଲେ ଭୟଭୀତ l


ଏ ଧରାଧାମକୁ ଫେରି ଆସ ଲକ୍ଷ୍ମୀ

ନାରୀ ଆଜି ଛଟପଟ

ଭରିଦିଅ ହୃଦେ ଅସୀମ ଶକତି

ବଇରୀ କରିବୁ ଧ୍ବଂସ l


ଏ ମାଟି ମାଆର କରୁଣ ଚିତ୍କାର

ଶୁଭୁଅଛି ଘନଘନ

ଫେରିଆସ ଥରେ ଏ ମାଟିକୋଳକୁ

କରୁଛୁ କୋଟି ନମନ l


Rate this content
Log in

Similar oriya poem from Inspirational