STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ତୁମେ ଆସିବ ବୋଲି

ତୁମେ ଆସିବ ବୋଲି

1 min
411

କାଲି ଆସିଥିଲା ନୂଆ ହୋଇ ଯିଏ

  ଆଜି କି ପୁରୁଣା ହୁଏ 

ସବୁରି ହୃଦ ରେ ବିଷାଦ ଭରି ସେ

  ଆଜି ସେ ବାହୁଡ଼ି ଯାଏ।


ତା ଆସିବା ବାଟ ଚାହିଁ ରହି ଥିଲୁ

  ଚାହିଁ ଥିଲୁ ଟିକେ ସୁଖ

ଆସିବା ଦିନ ରୁ ଯିବା ପରିଯନ୍ତେ

  ଦେଇ ଗଲ ଖାଲି ଦୁଃଖ।


ଯାହା ଦେଲ ଆଉ ଯାହା ନେଇ ଗଲ

  ହିସାବ ତୁମ ପାଖରେ

ତାହାର ହିସାବ କରିବା ପାଇଁ କି

  ସମୟ ନାହିଁ କାହାରେ।


ଆସିବା ପାଇଁ କି ନୂତନ ଅତିଥି

 ସଜବାଜ ହୋଇଲେଣି

ତାଙ୍କ ଆଗମନ ପାଇଁ ବିଶ୍ବ ବାସୀ

ଯୋଜନା କେତେ କଲେଣି।


ଦ୍ୱାବିଂଶ ଶତାବ୍ଦୀ ଆସିବ ଧରା କୁ

  ତୁମରି ସ୍ବାଗତ ପାଇଁ

ହସି ହସାଇବ ଖୁସି ଭରି ଦେବ

  ହସାଇ ବ ଧରା ଭୂଇଁ।


ବିଗତ ଦିନ ର ଯେତେ ଦୁଃଖ ଶୋକ

  ସବୁ ଦୂର କରିଦେବ

ନିଜେ ହସି ପୁଣି ଅନେ ହସାଇବ

 ଧରା ଆନନ୍ଦେ ନାଚିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational