ଦେଶର ଦାୟାଦ, ଉତ୍ତର ଦିଅ
ଦେଶର ଦାୟାଦ, ଉତ୍ତର ଦିଅ
ଓଡ଼ିଆ ମାନଙ୍କ ନୂଆ ବର୍ଷ ଅଟେ ପଣା ସଂକ୍ରାନ୍ତି,
ପଣା ସଂକ୍ରାନ୍ତିକୁ ଆମେ ଭୁଲିଛେ କିଆଁ ଭୁଲିଛନ୍ତି,
ଏ କଥା ନୂତନ ପିଢିର ମନେ ନାହିଁ ବୋଲି କୁହ
ଏଥିପାଇଁ କଅଣ ଏ ଦେଶର ଦାୟାଦ, ଉତ୍ତର ଦିଅ ।
ଓଡ଼ିଆ ସ୍କୁଲରେ ପଢ଼ୁନେ, ପଢୁଛେ ଇଂଗ୍ଲିସ ସ୍କୁଲରେ
ପାଠ ପଢ଼ି ଅତି ଗର୍ବେ କାମ କରେ ବିଦେଶରେ,
ଏ କଥାରେ ନୂତନ ପିଢିର ଦୋଷ କଅଣ କୁହ
ଏଥିପାଇଁ କଅଣ ଏ ଦେଶର ଦାୟାଦ, ଉତ୍ତର ଦିଅ ।
ବିଦେଶୀ ଚଳନି, ବିଦେଶୀ ସଂସ୍କୃତି ଯେ ଆପଣାନ୍ତି
ମାତୃ ଭାଷା, ତାଙ୍କ ପାଟିରେ ପଶେନି ଇଂରାଜି ବୋଲନ୍ତି
ଏ କଥାରେ ନୂତନ ପିଢିର ଦୋଷ କଅଣ କୁହ
ଏଥିପାଇଁ କଅଣ ଏ ଦେଶର ଦାୟାଦ, ଉତ୍ତର ଦିଅ ।
ଆମେ ଓଡ଼ିଆ, ବହୁତ ବଢ଼ିଆ, ନାହିଁ ଆମଠାରୁ ଭଲ ସଂସ୍କୃତି
କୋଡିଏ ବରଷ ଶାସକ ହୋଇ ତ ଓଡିଆ ତ ନଜାଣନ୍ତି
ଏ କଥାରେ ନୂତନ ପିଢିର ଦୋଷ କଅଣ କୁହ
ଏଥିପାଇଁ କଅଣ ଏ ଦେଶର ଦାୟାଦ, ଉତ୍ତର ଦିଅ ।
ଓଡ଼ିଆ ଭାଷାକୁ ସମୃଦ୍ଧ କରିବି, ଦିଏ ମୁଁ ବଡ ଭାଷଣ
ଦିନକୁ ଦିନ ପବ୍ଲିକ ସ୍କୁଲ ହୋଇ ଚାଲିଛି ସମ୍ପ୍ରସାରଣ
ଏ କଥାରେ ନୂତନ ପିଢିର ଦୋଷ କଅଣ କୁହ
ଏଥିପାଇଁ କଅଣ ଏ ଦେଶର ଦାୟାଦ, ଉତ୍ତର ଦିଅ ।
ଘରେ ବସି ପ୍ରାର୍ଥନା କଲେ ଦିଅ ଓଡିଆ ମାନଙ୍କୁ ସଦବୁଦ୍ଧି
ଫେରି ଆସିବକି ଓଡିଶାର ଗୌରବ, ଭାଷା ଓ ସଂସ୍କୃତି
ଏ କଥାରେ ନୂତନ ପିଢିର ଦୋଷ କଅଣ କୁହ
ଏଥିପାଇଁ କଅଣ ଏ ଦେଶର ଦାୟାଦ, ଉତ୍ତର ଦିଅ ।
