STORYMIRROR

MAMATA RANI SATAPATHY

Inspirational

4  

MAMATA RANI SATAPATHY

Inspirational

ସ୍ମୃତି ତୁମେ

ସ୍ମୃତି ତୁମେ

1 min
416

ସ୍ମୃତି ବୋଲି ଯେଉଁ ଦୁଇଟି ଅକ୍ଷର

    ଭରି ଦିଏ ମନେ ଖୁସି

ସମୟସୁଅରେ ହଜିଯାଇଥିବା

   ପୁରୁଣାଦିନକୁ ଖୋଜିଆଣେ ସେ ହସି l


ସ୍ମୃତିର ପୃଷ୍ଠାକୁ ରୋମନ୍ଥନ କଲେ

  ମିଳେ ଅତୀତର ଅଭୁଲାଗାଥା

କେବେ ରିକ୍ତତିକ୍ତ କେବେ ସେ ମଧୁର

  ଦିଏ ଆନନ୍ଦ ପୁଣି ବ୍ୟଥା l


ସ୍ମୃତି ତୁମେ କେବେ ନୀଳଆକାଶର ନୀଳ ଜହ୍ନ

  ପୁଣି କେବେ ପାଉଁଶତଳର ନିଆଁ

ଭରିଦିଅ କାହା ଜୀବନେ ମିଠା ମିଠା ସ୍ୱପ୍ନ

  ଫୁଟାଇ ହୃଦୟେ ପ୍ରୀତିର ଛୁଆଁ l


ସ୍ମୃତି ତୁମେ ଅସରନ୍ତି ଅନୁଭୂତି ଅନୁଭବର ଗନ୍ତାଘର

  ମାନସପଟଳେ ଥାଅ ସଦା ରହି

ହସଲୁହର ପସରା ଧରି ନିରlଶୀ ମନରେ

   ଆଶାର ସଞ୍ଚାର କରଇ l


ସ୍ମୃତି ତୁମେ ମୋ ମନ ଅଗଣାର

  ସଜଫୁଟା ଗୋଲାପ କଢ଼ି

ବାସ୍ନା ବିଛୁରି ତନୁ ମନ ଜିଣି 

  ପ୍ରେମ ପ୍ରଣୟ ଦିଅ ବାଢି l


ସ୍ମୃତି ତୁମେ ନୀଳସିନ୍ଧୁତୀରେ

   ତୋଫା ତୋଫା ଢେଉମାଳା

ତୁମେ ପୁଣି ଶୀତ ସକାଳର

   ନିହାର ମୋତିମାଳା l


ସ୍ମୃତି ତୁମେ ମୋ ହୃଦୟର ସ୍ପନ୍ଦିତ ସ୍ପନ୍ଦନ

  ମନ ତଳର ଅପାସୋରା ଅଭିବ୍ୟକ୍ତି

କେବେ ପୁଣି ମଧୁର ମୂର୍ଚ୍ଛନା ମଧୁଗୀତି

  ତୁମ ବିନା ମିଳେ ନାହିଁ କେବେ ତୃପ୍ତି l


ସ୍ମୃତି ତୁମେ ମୋର ଫଗୁଣ

   ପୁନେଇଁ ଚାନ୍ଦିନୀ ରାତି

ପୁଣି କେବେ ଆଦ୍ୟ ଶ୍ରାବଣର

   ଭିଜା ଭିଜା ପ୍ରେମ ପ୍ରୀତି l


ତୁମେ ତୁମେ ମୋ ପିଲାଦିନ ଯୌବନ 

    ସବୁ ତ ଧରିଛ ରଖି

ତୁମେ ମୋ ଭାବନା ପ୍ରଦୀପେ

   ନୀରବେ ଜାଳୁଛ ବତୀ l


ସ୍ମୃତି ତୁମେ କାହା ଜୀବନରେ

  ମିଠା ମିଠା ସ୍ୱପ୍ନ ଦିଅ ଭରି

ପୁଣି କାହା କପାଳେ

   ଅଶ୍ରୁ ନିର୍ଝରିଣୀ ଦିଅ ଢାଳି l


ସ୍ମୃତି ତୁମେ ମୋ ଜୀବନପଥର

   ଅଟ ଚିର ସହଯାତ୍ରୀ

ତୁମ ବିନା ଜୀବନ ମୋର

   ପାଲଟିବ କାଳରାତ୍ରୀ l 



Rate this content
Log in

Similar oriya poem from Inspirational