STORYMIRROR

MAMATA RANI SATAPATHY

Inspirational

3  

MAMATA RANI SATAPATHY

Inspirational

ସାୟାହ୍ନର ଡାକ

ସାୟାହ୍ନର ଡାକ

2 mins
344


କଳାଚୁଟି ସବୁ ଧଳା ଦିଶିଲାଣି 

      ଚର୍ମ ସବୁ ଗଲା ଓହଳି...,

ଶିରାଯାକ ସବୁ ଠିଆ ଠିଆ ହୋଇ

     କଲେଣି କେତେ ଯେ ଗହଳି। (1)

ବୋଧେ ସାୟାହ୍ନର ଡାକ ପଡ଼ିଲାଣି ....,


 ବାର୍ଦ୍ଧକ୍ୟ ଆସୁଛି ପାଦ ଚିପି ଚିପି

     ଶରୀର ରେ ଦେଇ ଛାପ ,

ରଙ୍ଗ ରୂପ ସବୁ କୋତରା କରି ସେ 

     ଚୂର୍ଣ୍ଣ କରି ମୋର ଦର୍ପ। (2)


ଲେନ୍ଧରା,ଲେନ୍ଧରା ନୟନ ଯୁଗଳ 

     କୋଟରରେ ଗଲା ପଶି ,

ପାକୁଆ ପାଟି କୁ ଠାକରା ଗାଲ 

      ଅଦ୍ଭୁତ ପରାଏ ଦିଶି। (3)


ଆଖି କୁ ଦିଶିବା କମି କମି ଯାଏ 

      କାନ କୁ ଶୁଭୁଛି ଅଳ୍ପ ,

ନାତି ନାତୁଣୀଏ ଭିଡ ଜମାନ୍ତି

       ଶୁଣିବାକୁ ମୋର ଗଳ୍ପ। (4)


ପାକୁଆ ପାଟିରେ ଖାଦ୍ୟ ଗୁଡା 

       ଢୋକି ଢୋକି ଚାଲିଅଛି 

ଖାଦ୍ୟ ର ସୁଆଦ ଜାଣି ମୁଁ ପାରୁନି

       ରୁଚୁ ନାହିଁ ମତେ କିଛି। (5)


ଆଗଭଳି ଆଉ ଖାଇବି ପାରୁନି

      ଖାଇଲେ ହେଉନି ହଜମ ,

ଆମ୍ବିଳି ହାକୁଟି ସାଙ୍ଗକୁ ପେଟ ଗୋଳମାଳ

      ଦେହଟା ହୁଏ ଜଖମ । (6)


ସୁନ୍ଦର ଚମଡା ଧୁଡୁଧୁଡୁ ହେଲା

         ହାତ ଗୋଡ ଥରଥର 

ଗିଲାସଟେ ଆଉ ଉଠେଇ ହେଉନି

     ବୋଧେ ବାର୍ଦ୍ଧକ୍ୟର ଏ ବେଭାର (7)


ବିନା ଲଉଡି ରେ ଚାଲି ମୁଁ ପାରୁନି

      ସଳଖ ହେଉନି ଅଣ୍ଟା ,

ସଞ୍ଜ ନଇଁଗଲେ ଆଖିକୁ ଦିଶେନି

      ପାଦେ ପଶିଯାଏ କଣ୍ଟା । (8)


ସ୍ମରଣ ଶକତି ଯାଏ କମି କମି 

        ରହେ ନାହିଁ ମନେ କିଛି 

ଗୋଟିଏ କଥାକୁ ବାରମ୍ବାର ଶୁଣି 

        ପୁଣି ପଚାରି ବୁଝୁଛି l(9)


ନାତି ନାତୁଣୀଏ ଟାହି ଟାପରା କରନ୍ତି

          ପାକୁଆ ପାଟିଆ କହି

ଯାହା ଖାଇଲେ ବି ଳାଳ ଗଡୁଥାଏ

         ଦୁଇପଟ କଳ ଦେଇ । (10)


କିଛି ନା କିଛି ରୋଗ ଗ୍ରାସିଅଛି 

         ହୁଏ ଖାଲି ଗରଗର ,

ପ୍ରତି ମୁହୂର୍ତ୍ତ ରେ ଲାଗୁଥାଏ ମତେ

         ମୁଁ ହୁଏ ହତାଦର । (11)


ବୟସ ଟା ଯେତେ ବଢିବଢି ଯାଏ 

         ସହନଶୀଳତା କମେ ,

ସମସ୍ତଙ୍କ କଥା ହୁଅଇ ଅସହ୍ୟ 

      ଅହଂକାରେ ମତି ଭ୍ରମେ। (12)


ପୁଅ ବୋହୂ ନାତି ନାତୁଣୀଙ୍କୁ 

       ଏବେ କିଛି ଲାଗୁନାହିଁ ବାଗ ,

ଭାବନ୍ତି ସେମାନେ ଆସିଗଲାଣିକି 

        ବୁଢାଙ୍କ ଏବେ ବୈରାଗ୍ୟ । (13) 


ବୟସଟା ଯାଏ ବଢିବଢି

     ଆୟୁଷ ଯାଉଛି ସରି ,

କେତେବେଳେ ଆସି ଯମ ବାନ୍ଧିନେବ 

     ଦିନ ସରେ ଡରିଡରି।(14)


ଅର୍ଥ ପଛରେ ଗୋଡାଉ ଗୋଡାଉ

       ବୟସ ଟା ଗଲା ଚାଲି ,

ହରିନାମ ଏବେ ତୁଣ୍ଡେ ପଶୁନାହିଁ

      ପାରିହୋଇବି କିପରି ?(15)


ଦିଅଁ ଦେବତାଙ୍କୁ ହେଉନି ସ୍ମରଣ 

       କରି ମୁଁ ପାରୁନି କୀର୍ତ୍ତନ 

ଭାବୁଛି ମୁଁ ଏବେ ଫେରିଆସନ୍ତା କି 

        ପୁନଃ ମୋର ଯଉବନ ।(16)


ଖଞ୍ଜଣୀ ବଜାଇ ବିଭୁନାମ ଗାଇ

      ପଢନ୍ତି ମୁଁ ଗୀତା ଭାଗବତ ,

ଏ ଭବ ସାଗରୁ ପାରିହେବା ପାଇଁ 

       ଭଜୁଥାନ୍ତି ଅବିରତ । (17)


ଶରୀର ମୋର ଅବଶ ଶିଥିଳ

          ଦିଶେ ବିଶୀର୍ଣ୍ଣ 

ଅତୀତ ର କଥା ଭାବିଦେଲେ

      ଛାତି ହୋଇଯାଏ ବିଦୀର୍ଣ୍ଣ ।(18)


ଦେଖି ମୋର ଏ ପରିବର୍ତନ 

         ଜାଣି ମୁଁ ଗଲି 

ବୋଧେ ସାୟହ୍ନର ଡାକ ପଡ଼ିଲାଣି 

      ମୃତ୍ୟୁ ଆଲିଙ୍ଗିବ ବୋଲି ।(19)



இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Inspirational