ସାହିତ୍ୟ ଓ ସାହିତ୍ୟିକ
ସାହିତ୍ୟ ଓ ସାହିତ୍ୟିକ
ବାସ୍ତବତା କଥା କହୁଛି ଆଜି ମୁଁ
ଗୋଟେ ସାହିତ୍ୟିକ ର କଥା ,
ଉଚିତ କହିବି ଦୋଷୀ ଟିଏ ହେବି
ନାହିଁ ମନେ ମୋର ବ୍ୟଥା ।
ମାନପତ୍ର ବିକ୍ରିହୁଏ ଏଠି
ହଜାର ହଜାର ଟଙ୍କାରେ,
ସମ୍ବଦ୍ଧିତ ହୁଅନ୍ତି କବି,କବୟିତ୍ରୀ
ଦେଇ ଲାଞ୍ଚ ସାହିତ୍ୟ ନାମରେ ।
ଡିଗ୍ରୀ ବିକ୍ରିହୁଏ ଏଠି
ଲକ୍ଷ ଲକ୍ଷ ଟଙ୍କାରେ
ପଇସା ବାଲାଏ ଜ୍ଞାନୀ,ଗୁଣୀ ଏଠି
ପ୍ରତିଭାକୁ କିଏ ପଚାରେ ।
ଲୋକଙ୍କ ଆଗରେ କହିବୁଲନ୍ତି
ମୁଁ ସମ୍ବଦ୍ଧିତ ବାର ଜାଗାରେ,
ପ୍ରକୃତ କବି ଏଠି ମୁଁହ ମୋଡି ପଡେ
ଚିହ୍ନେ ନାହିଁ ତାକୁ କିଏ ବଜାରେ ।
ସାହିତ୍ୟ ବେପାର ଭଲ ଚାଲେ ଏଠି
ଅନ୍ୟସବୁ ଅଟେ ତୁଚ୍ଛ ,
ଭାଷାପ୍ରେମୀ, ସମାଜସେବୀର ମୋହରଟା ସାଥେ
ମିଳେ ଅଜସ୍ର ନୋଟ ।
ସମାଜସେବା,ଭାଷାର ଉନ୍ନତି ନାଁ ରେ
ବେପାର ବଣିଜ ଭଳି
ଯୋଗାଡ କରନ୍ତି ଖୋସାମତିଆଙ୍କୁ
ଯିଏ କରିପାରିବ ଭଲ ମେଳି ।
କବିର କବିତା ମୂଲ୍ୟାୟନ ହୁଏ
ପ୍ରିୟା ପ୍ରୀତି ଭାବ ଦେଖି
କିଏସେ କଳିବ କବିର କବିତ୍ବ
ପ୍ରତିଭା ପରା ତା ମୂକସାକ୍ଷୀ ।
ପ୍ରକୃତ କବି ଖୋଜେନାହିଁ ମାନପତ୍ର କେବେ
ଲୋଡେନାହିଁ ଉପହାର,
ପାଠକର ଶ୍ରଦ୍ଧା,ଶୁଭେଚ୍ଛା,ଆଶିଷ
ତା ପାଇଁ ଅମୃତ ଧାର ।
ସଚେତନ ହୁଅ ପ୍ରିୟ ବନ୍ଧୁଗଣ
ଭଣ୍ଡଙ୍କ ପାଲରେ ପଡନି,
ମାନପତ୍ର ପାଇଁ ମାନ ଛାଡ ନାହିଁ
ଅମୂଲ୍ୟ ତୁମର ଲେଖନୀ ।
ଲୋକ ଦେଖାଣିଆ କବିତା ସମ୍ମାନ
ଲୋଡାନାହିଁ ଆମର,
ସମୟ ଆସିଲେ ପାଠକେ କହିବେ
ଦମ୍ କେତେ ଆମ କବିତାର ।
ଦମ୍ ଥିଲେ ତ ଦାମ୍ ମିଳିବ
ହୁଅନାହିଁ ବ୍ୟତିବ୍ୟସ୍ତ,
ଜାଗ୍ରତ ପ୍ରହରୀ ଆମେ ଏ ଜାତିର
ସମାଜର ହିତେ ଚାଲୁ ଆମ ଲେଖନୀ
ହୁଅନ୍ତୁ ସଭିଏଁ ତସ୍ତ୍ର ।
ମା' ବୀଣାପାଣୀଙ୍କ ଆାଶୀର୍ବାଦ ଆମେ
ସାହିତ୍ୟ ର ଭବିଷ୍ୟତ ,
ପ୍ରଶଂସା ପାଇବା ଆଶାରେ
ସାରିବା ନାହିଁ ମାନ ମହତ ।
ଏମିତି ଚାଲିଲେ ଅଳପ ଦିନରେ
ସାହିତ୍ୟ ହୋଇବ ଲୀନ,
ବିଶ୍ବ ଦରବାରେ ହଜିଯିବ ଦିନେ
ଓଡିଆ ଭାଷାର ଚିହ୍ନ ।
ସମସ୍ତଙ୍କ କଥା କହୁନାହିଁ ଏଠି
ନୁହଁନ୍ତି ସମସ୍ତେ ତୋଷାମଦିଆ,
କେତେଜଣ ପାଇଁ ସବୁ ଅନୁଷ୍ଠାନ
ହୁଅନ୍ତି ବଦନାମିଆ ।
ତୁମେ ଯେତେ କରୁଛ କର ଅପମାନ
କର ଯେତେ ଆସ୍ପାଳନ,
କବି ର ମସୀ ଡରିଯିବ ନାହିଁ
ଶାଗୃଣାପଲ ରେ କବିର ପ୍ରତିଭା
କେବେ ହାରିଯିବ ନାହିଁ ।