STORYMIRROR

MAMATA RANI SATAPATHY

Inspirational

4  

MAMATA RANI SATAPATHY

Inspirational

ଶେଷ ସ୍ପର୍ଶ

ଶେଷ ସ୍ପର୍ଶ

1 min
876



କିଏ ଜlଣେ କାଳଚକ୍ରର କରାଳ ଗ୍ରାସ

     କେତେବେଳେ ଆମକୁ ଗ୍ରାସିନେବ

ଆଉ ଏ ହୃତସ୍ପନ୍ଦନ

   ଶେଷ ସ୍ପନ୍ଦନ ହୋଇଯିବ l


କିଏ ଜାଣେ କେତେବେଳେ

     ଶେଷ ଡାକରା ଆସିଯିବ

  ମୁହୂର୍ତ୍ତକ ପାଇଁ ଖୁସି ଦେଇଥିବା ଏହି

    କଥାପଦକବି ଶେଷକଥା ହୋଇଯିବ l


କିଏ ଜାଣେ କେତେବେଳେ

  ଯମବିଜ୍ଞପ୍ତି ଆମ ନାଁରେ ଲାଗିଯିବ

ଆଉ ମିଠା ମିଠା ସ୍ବପ୍ନରେ ବିତୁଥିବା

    ଏ ରାତି ଶେଷରାତି ହୋଇଯିବ l


କିଏ ଜାଣେ କେତେବେଳେ

      ଶେଷସମୟ ଆସିଯିବ

  ଆଉ ମୁହୂର୍ତ୍ତଟେ ପାଇଁ ତୁମସହ ହୋଇଥିବା

   

ଦେଖାବି ଶେଷଦେଖା ହୋଇଯିବ l


କିଏ ଜାଣେ କେତେବେଳେ

    ଆମ ଅଭିନୟ ସରିଯିବ 

ଆଉ କିଛି ସମୟ ପାଇଁ ଅନୁଭବ କରିଥିବା

   ତୁମ ସ୍ପର୍ଶବି ଶେଷ ସ୍ପର୍ଶ ହୋଇଯିବ l


କିଏ ଜାଣେ କେତେବେଳେ

       ଯମ ଡ଼ାକିନେବ

 ଆଉ ଆମର ସୁନ୍ଦର ବୁଝାବଣାର ଏ

  ମଧୁର ସମ୍ପର୍କଟି ଦିନେ ଶେଷ ହୋଇଯିବ l


କିଏ ଜାଣେ ଆମେ ମଲାପରେ

   କିଏ ଆମପାଇଁ ଝୁରି ନହେବ

କାହା ନୟନରୁ ଆମପାଇଁ

   ଅତ୍ମୀୟତାର ଲୁହ ଯେ ନଝରିବ l


ତେଣୁ ହେବନ୍ଧୁ ଆସ

   ରାଗ, ହିଂସା, ଦ୍ୱେଷ ଭୁଲି

ସମସ୍ତଙ୍କୁ ଆପଣାର କରିନେବା

   ଏ ଅଳୀକ ଜୀବନକୁ ହସି ହସି ବିତେଇବା l


Rate this content
Log in

Similar oriya poem from Inspirational