STORYMIRROR

MAMATA RANI SATAPATHY

Inspirational

3  

MAMATA RANI SATAPATHY

Inspirational

ଆନ୍ତର୍ଜାତିକ ମହିଳା ଦିବସ

ଆନ୍ତର୍ଜାତିକ ମହିଳା ଦିବସ

1 min
865


ମୁଁ ମହିଳା

ସାରା ପୃଥିବୀ ପାଳନ କରୁଛି ଆଜି ମୋର ଦିବସ

ଅଥଚ ମୁଁ..,ଏତେ ଭୟଭୀତ ଆତଙ୍କିତ ।

ବରଷକ ଯାକରେ ଗୋଟିଏ ଦିନ ମୁଁ ମନେପଡେ ସଭିଙ୍କର 

ସଭା ସମିତି, ଶଙ୍ଖ,ହୁଳହୁଳିରେ ହୁଏ ମୋର ଜୟ ଜୟକାର।

ମାର୍ଚ୍ଚ ୮ ତାରିଖ ପରେ ଅଲୋଡା ମୁଁ ସଭିଙ୍କର

ମୋ ଚାରିପଟେ ଘୁରୁଥାଏ କାମୁକ ପିଶାଚର ଆଖିଠାର।

ଛଅ ବରଷର ଶିଶୁକନ୍ୟା ଠାରୁ ସତୁରି ବରଷର ବୃଦ୍ଧା ବି ଏଠି ନାରଖାର ,

କାମୁକ ପୁରୁଷର ଲେଲିହାନ୍ ଜିହ୍ବାରେ ଦଗ୍ଧ ହେଉ ବାରମ୍ବାର।

ମା'ର ଗର୍ଭରୁ ହତ୍ୟା ହୁଏ ମୋର

ଦେଖିପାରେ ନାହିଁ ସକାଳର ସୂର୍ଯୋଦୟ ,

ଯୌତୁକ ନିଆାଁରେ ପୋଡିମରେ ମୁଁ

କିଏ ନାହିଁ ଏଠି ସହୃଦୟ।

ମହିଳା ଦିବସ ଶେଷହୁଏ ଭାଷଣବାଜିରେ ଖାଲି

ମିଛ ଅଭିନୟ କରି ମିଛ ଆଶ୍ବାସନା ଦିଅନ୍ତି ଢାଳି

ସଞ୍ଜ ନଇଁଗଲେ ଜଣେ ବି ମହିଳା

ଏଠି ବାଟ ନପାରନ୍ତି ଚାଲି।

ଶୁଣ..ଚାରିଆଡେ ଶୁଭେ ମୋର ଆର୍ତ୍ତନାଦ

ସବୁ ସହିସହି ମୁଁ ବରବାଦ

ତଥାପି ! ମୁଁ ଆଶ୍ବାସିତ

କାଲିର ସକାଳ ହେବକି ସତେ

ନୂଆଯୁଗର ପ୍ରତିଭାତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational