Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

MAMATA RANI SATAPATHY

Others

4.5  

MAMATA RANI SATAPATHY

Others

ଅକ୍ଷମତା

ଅକ୍ଷମତା

1 min
380


ସଂସାର ସୃଷ୍ଟିରେ  ଅଭିଶପ୍ତ ନୁହେଁ

      ଶାରିରୀକ ଅକ୍ଷମତା

 ଅନ୍ଧ ହେଉକି    ମୁକ ବଧିର

   ସମସ୍ତଙ୍କ ଅଛି ସ୍ବାଧୀନତା ।


ବିଧିର ବିଧାନେ  କିଂକର୍ତ୍ତବ୍ୟମୁଢ

     ସକଳ ପ୍ରାଣୀଜଗତ

  ମଣିଷ ହେଉ   କି ପଶୁପକ୍ଷୀ

    ସମସ୍ତେ ତା'ର କବଳିତ ।


  ଅକ୍ଷମତା ବି   କ୍ଷମତା ଲଭିବ

    ଦେଲେ ସ୍ନେହ,ଶ୍ରଦ୍ଧା ପ୍ରୀତି

 ସଂସାର ମଧ୍ୟରେ  ଚଳିଣ ପାରିବ

      ଦେଖାଇ ତାହାର ଶକ୍ତି ।


ମାନସିକ ଅକ୍ଷମତା  ନିଶ୍ଚେ ଅଭିଶପ୍ତ

        ଏ ସଂସାରେ ଜାଣ

 ଅବହେଳା କଲେ   ତା'ର ଜୀବନ

        ନର୍କ ହୋଇବ ପୁଣ ।


 ଅନ୍ଧ ସିନା ଦେଖି   ପାରେ ନାହିଁ

        ଶୁଣି କହିପାରେ

  ମୁକ କହିପାରେ   ନାହିଁ କିନ୍ତୁ

       ଦେଖି ଶୁଣି ପାରେ ।


 କହିବା ଶକତି  ନଥାଏ ବଧିରର

    ନଶୁଣି ଦେଖି ସେ କହେ

 ଯିଏ ଅବହେଳା  କରେ ଏମାନଙ୍କୁ

     ନର୍କଗତି ସେ ଭୋଗେ ।


Rate this content
Log in