STORYMIRROR

MAMATA RANI SATAPATHY

Inspirational

3  

MAMATA RANI SATAPATHY

Inspirational

ସମାଲୋଚନା

ସମାଲୋଚନା

1 min
203


ଆଜିକାଲି ସମାଜରେ ,

   ମଣିଷର ପ୍ରକୃତିଗତ ହୋଇଗଲାଣି ସମାଲୋଚନା ।


ଖରାପକର୍ମ କରୁଥିବା ଲୋକ ଶୁଣେ ସମାଲୋଚନା,

ଭଲକର୍ମ କରୁଥିବା ଲୋକ ବି

ବାଦ୍ ଯାଏନି ସେଥିରୁ ।


ସମାଲୋଚନା କରୁଥିବା ଲୋକଟି

       କରୁଥାଉ ପଛେ ଖରାପକର୍ମ ,

କିନ୍ତୁ କରିବ ସେ ସମାଲୋଚନା,

     ଏଇଟା ପରା ତା ପ୍ରକୃତିଗତ ।


ଛୋଟକଥା କୁ ବଡକରି କହିବା ତା' ଅଭ୍ୟାସ ।

କଷ୍ଟ ଦେଇ ଅନ୍ୟକୁ ସୁଖ

ପାଇବାକୁ ସେ ଳାଳାୟିତ।


ସମାଜରେ ଏମିତି ନାହିଁ କେ ,

      ବଞ୍ଚିଛି ସୁଖରେ ସଦା

ଜୀବନର ଅନ୍ୟନାମ ସଂଘର୍ଷ,

      ରୀତିମତ ଏଠି ଝଗଡା।


ଅନ୍ଧାର ଥିଲେ ଅଛି ଆଲୁଅ ,

     ସୁଖ ପାଖେ ଦୁଃଖ ଅଛି

ସମୟର ଚକ ପରା ସମସ୍ତଙ୍କ ପାଇଁ ଘୁରୁଛି।


ଅହଂକାରୀ ମଣିଷ ଭାବୁଛି ସେ ଏକାନ୍ତ ଚକ୍ରର୍ବତ୍ତୀ

ନିଜ ଶବ୍ଦଚୋଟ ରେ,ଘୃଣା ଆଉ ଅସହିଷ୍ଣତା ରେ

     କରିଚାଲିଛି ସେ ସମାଲୋଚନା।


ନିଜ ଜୀବନରେ ଥାଉ ପଛେ

ହଜାରେ ଦୁଃଖ ଆଉ ସମସ୍ୟା,

ପର ର ଦୁଃଖ ଦେଖି ବିଚଳିତ ସମାଲୋଚକ ,

    କରେ ତାକୁ ଟାହିଟାପରା।


ସମାଲୋଚନା କରି ସେ 

     କ୍ଷତାକ୍ତ କରେ ଅନ୍ୟର ହୃଦୟ ,

ଖାଲି ସ୍ବାର୍ଥପର ନୁହେଁ ସେ

    ଅଟେ ବଡ ମାରାତ୍ମକ

ଆଗରେ ମିଛ ସାନ୍ତ୍ବନା

      ପଛରେ ଦିଏ ସେ ମାରାତ୍ମକ ଯାତନା ।


ଗଠନମୂଳକ ସମାଲୋଚନା

ସତରେ ଏକ ଆରାଧନା ,

ବଦଳିଯାଏ ବ୍ୟକ୍ତିତ୍ବ,ଚିନ୍ତାଧାରା

     ପ୍ରତିଷ୍ଠିତ ହୁଏ ନୂଆ କିର୍ତିଧାରା ।



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Inspirational