STORYMIRROR

Panchanan Jena

Tragedy

3  

Panchanan Jena

Tragedy

ତୁମେ ଖୁସି ତ !

ତୁମେ ଖୁସି ତ !

1 min
186


ଜାତି ଥିଲା ଅଲଗା

ବାପା ମାନିଲେନି 

ବିବାହ କରିଦେଲେ 

ବାଛି ବାଛି ଖୋଜିଲେ

ସରକାରୀ ଚାକିରୀଆ କୁମାର

ସ୍ଵଜାତିର ରୋଜଗାରିଆ ବର ।


ଜିଲ୍ଲା ଥିଲା ଅଲଗା

ମା' ମାନିଲେନି

ପାଖ ସହରରେ

 ବନ୍ଧୁ ବାନ୍ଧବରେ

କଥା ପକେଇଲେ

ପିଉସାଙ୍କର ସାନଭାଇର 

ସାନ ଶଳାର ପୁଅ ବାଛିଲେ

ଜାତକ କୁଆଡେ ରାଜଯୋଟକ

କହି ମୋତେ ଭୁଲେଇଦେଲେ

ପାଣିଗ୍ରହଣ ସାରିଲେ 

ଧୁମ୍ ଧାମରେ ବିଦା କରିଦେଲେ ।


ଗୋତ୍ର ଥିଲା ଅଲଗା

ଧର୍ମ ଥିଲା ଅଲଗା

ପାଠ ଥିଲା ଅଲଗା

ଏ ସବୁ ତ ବାହାନା ମାତର

ପ୍ରତିଷ୍ଠା ବଂଶ ପରମ୍ପରା ସବୁ ପାଣିର ଗାର ।


ଆଜି ତୁମ ରୋଜଗାରିଆ ଜ୍ବାଇଁ

ତୁମ ଜାତିର ରାଜଯୋଟକ ଜ୍ବାଇଁ

ମଦ ପିଇ ମାତାଲ ବୋବାଲ

ନିତି ପିଟୁଛି ମୋତେ ବେହାଲ

କଞ୍ଚା ଦୋ-ଅକ୍ଷରୀରେ ବକୁଛି 

କଞ୍ଜୁସ୍ ବୁଢାର ଅଲାଜୁକି ଝିଅ

ଗୁଣ୍ଠୁଣୀ ବୁଢୀର ପେତିନୀ ଝିଅ

ଆଙ୍ଗୁଳି ଦେଖେଇ ନିତି ଶ୍ଳୋକ କରୁଛି ।


କେତେ ସହିବି ମୁଁ କୁହ ବାପା !

ତୁମେ ଖୁସି ତ ବାପା

ତୁମର ଅଳିଅଳି ରାଜଜେମା

ତୁମ ଜାତିର ମଙ୍ଗୁଆଳ ନିଷ୍କର୍ମା

ତୁମ ଜାତି ଜାମାତ 

ହାତରେ ପାଦରେ ମାଡ ଖାଉଛି

ନିତି ଦହଗଞ୍ଜ ହୋଇ ମରୁଛି 

ଶତ ସହସ୍ର ବାର ନିତି ମରୁଛି ।


ଯଦି ଥରେ ବି ମୋ ମନ କଥା

ମୋ ମତ ନିଷ୍ପତ୍ତି

ମୋ ଆତ୍ମାର ବ୍ୟୁତ୍ପତ୍ତି

ଶୁଣିଥାନ୍ତ ପଢିଥାନ୍ତ


ଯଦି ଥରୁଟିଏ ସେ ପିଲାଟିକୁ ଦେଖିଥାନ୍ତ 

କଥା ଚାରିପଦ କରିଥାନ୍ତ

କ'ଣ ମହାଭାରତ ଅଶୁଦ୍ଧ ହୁଅନ୍ତା ?

ମୋତେ ଉତ୍ତର ଦିଅ ବାପା

ମୋତେ ଜବାବ ଦିଅ ବାପା ।


Rate this content
Log in

Similar oriya poem from Tragedy