STORYMIRROR

Kiranbala Rath

Tragedy

3  

Kiranbala Rath

Tragedy

ସୁନା ପଞ୍ଜୁରୀର ଶାରୀ

ସୁନା ପଞ୍ଜୁରୀର ଶାରୀ

1 min
194

ବାହାଘର ହୋଇଗଲା ଭଲ କରି

ଖେଳିଗଲା ଖୁସିର ଲହରୀ

ନୂଆ ବୋହୂ ଦିଶେ ସୁନ୍ଦରୀ

ବାପ ଘର ତା'କୁ ମନେ ପଡ଼େ ଭାରି

ଆସି କି ଗଲେ ବୁଲି କରି

ବୋହୂକୁ କହିଲେ ରହିବୁ

ସୁନା ପଞ୍ଜୁରୀର ଶାରୀ ହୋଇ ।


ଦିନ ପରେ ଦିନ ଗଲା ବିତି

କେବେ ଯେ ବରଷ ତିଥି

ବୋହୂ ଯେ ହୋଇଲା ପୁରୁଣା ଅତି

ଗେଞ୍ଜଣା ର ହଉ ନାହିଁ ଇତି

ସହୁଛି କଷ୍ଟ ନିତି ନିତି

ମନରେ ଦୁଃଖ ରଖି ସାଇତି ।


ସତ ହେଲା ତୁମର ବାଣୀ

ଦେଖିବା ଲୋକ କହିବ ରାଣୀ

କହି ପାରେନା ହୃଦୟ କାହାଣୀ

ମନ କଥା ପାରେନା ବଖାଣି ।


ସାଜିଛି ପଞ୍ଜୁରୀ ର ଶାରୀ

ବାହାରି ପାରେ ନାହିଁ ମନେ କରି ତ ,

ଡେଣା ଯେବେ ଟିକିଏ ଯାଏ ବାହାରି

କାଟି ଦିଅନ୍ତି ସେ ଝଅଟ କରି

ଏମିତି ନେବ ସେ ମୃତ୍ୟୁକୁ ଆଦରି

ରହିଯିବ ସାରା ଜୀବନ

ସୁନା ପଞ୍ଜୁରୀ ର ଶାରୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy