STORYMIRROR

Gargi Mishra

Abstract Romance Tragedy

3  

Gargi Mishra

Abstract Romance Tragedy

ଅମାବାସ୍ୟା

ଅମାବାସ୍ୟା

1 min
204


ଫି -ଦିନ ସିନ୍ଦୁରା ଫିଟିଲେ

ବୀଣା ଆଉ ବଂଶୀର ଯୁଗଳବନ୍ଦୀ ସହିତ

କୋଇଲି ବି ସମାନ୍ତରାଳ ଭାବେ ତାଳ ଦେଉଥାଏ,

ପ୍ରତ୍ୟେକ ଦିନ ସୂର୍ଯ୍ୟ

ମୋତେ ଆଉଟିକେ ଟିକେ ପଚାଏ l 

ଲହଡି ଭାଙ୍ଗୁଥିବା ଇଚ୍ଛା ଗୁଡିକର

ସେ ସଫ୍ଟକପି ପଠାଇ ଦିଏ,

ମୋ ଲୋମକୂପ ମାନଙ୍କରେ ଫେରିବାର 

ପ୍ରତିଶୃତି ପୁଣି ମହକି ମହକି ଯାଏ ।

କିଏ କହେ ତୁମ ନଜର ଲାଗିଗଲା l

ମୁଁ କହେ ନଜର ବି ହେଉ ,

କିଛିତ ତୁମଠାରୁ ମୋ ଯାଏଁ ଆସି

ମୋତେ ଛୁଇଁ ଛୁଇଁ ଗଲା l

ତୁମ ଚିଠିର ଚାରି ପୃଷ୍ଠାପଢି 

ନିକାଞ୍ଚନ ଦେଖି ଏକଲା କାନ୍ଦେ 

ଆଉ କିଛିଲୁହ ଘରକୁ ଫେରୁ ଫେରୁ

ମୋ ପତା ଭିତରେ ଅନ୍ୟ ମାନଙ୍କ ଆଖି ଆଢୁଆଳୁ

ସୁରକ୍ଷିତ ରଖିଦିଏ 

ବିଦେଶରେ ରହି ସୁଖ କେତେ, ଦୁଃଖ କେତେ

ନିଦ୍ରା କେତେ ଅନିଦ୍ରା କେତେ

ଆୟ କଲି ଜାଣିନି,

ଆତ୍ମା ବିକି କିନ୍ତୁ

ଜୀବନ ବୀମା କରିଦେଲି

ଆଉ ଏବେ ଭାବୁଛି ହାନୀରେ ନା ଲାଭରେ

କିଏ?

ମୁଁ ନା ବୀମା କମ୍ପାନୀ?

ମୋତେ ଜନ୍ହର ରାଣ ଦେଇ 

ସେ ମନଖୋଲା ହସି ଡାକୁଥାଏ ଖାଲି ଆ, ନା ଫେରି ଆ l 

କେମିତି ବୁଝାଇ ଦେବି ତାକୁ ଘର ଠିକଣା ବୋଲି କିଛି ମୋ ନାହିଁ,

ମୁଁ ବି ମୁଁ ନୁହେଁ

ମୁଁ ଗୋଟେ ସ୍ତ୍ରୀ, ଗୋଟେ ମା l

ତୁମ ସେପଟର ଏବେ ଅଲଗା ଦୁନିଆ

ଏଠି ପରା କଳା କିଟ କିଟ ଅମାବାସ୍ୟା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract