STORYMIRROR

Gargi Mishra

Abstract

4  

Gargi Mishra

Abstract

କହିବିନି

କହିବିନି

1 min
242


ଆଉ କେବେବି ଠାକୁରଙ୍କୁ

କହିବିନି କିଛିବିତ ମୋତେ ଦେଇନ ବୋଲି

ବୟସଥିଲାବେଳେ କିଛି ସ୍ବପ୍ନ

ବାସ୍ତବତାର ରୂପ ନେଇନାହିଁ ସିନା 

ମନବୋଧ ଚଉତିଶା ଆଉ 

ଓଡିଶୀ ଚମ୍ପୁ ପରି କିଛିଟା ହଜିଲା

ହଜିଲା ସ୍ୱର ଆଜିବି ମୋ

କାନେ କାନେ ବାଜିଉଠେ

ମୁଁ ଝରାଇ ଦେଇଆସେ

ସଞ୍ଜତ, ଅସଞ୍ଜତ 

ଆବେଗ ସବୁକୁ 

ମନଅଗଣାର ତୁଳସୀ ପାଶେ

ଯେଉଁଠି ଆକାଶ ନାଭିଦେଶରୁ

ଜହ୍ନ ରୋଜ ରାତିରେ ଜୋଛନା ଢାଳେ

ଚାରିଦିଗୁ ମୋତେ 

କସ୍ତୁରୀ କସ୍ତୁରୀ ବସେ....


କହିବିନି ଆଉ

ଈଶ୍ୱର ତୁମେ ଅଛ କି ନାହଁ 

ସନ୍ଦେହ କରିବାକୁ

ଦେଇନ କଦାପି

ମୁଁ ଏକ ଅଭିଯୋଗକାରିଣୀ 

ତୁମେ ତ ନିର୍ଲିପ୍ତ ପରମେଶ୍ୱର ପ୍ରିୟେ 

ଆତ୍ମାର ଗଭୀରତାରୁ ଯେ ଭଲ ପାଇପାରେ 

ମୁଁ ଶୋଷ ହେଲେ ତୁମେ ବର୍ଷିଯାଅ

ମୁଁ ବିଷାଦ ହେଲେ ତୁମେ ହରସି ଯାଅ

ସ୍ପନ୍ଦିତ ହୁଅ ଅହରହ ଯେମିତି 

ହୃଦୟ ଭିତରେ ହୃଦୟଟିଏ l




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract