STORYMIRROR

Gargi Mishra

Drama Action Inspirational

4  

Gargi Mishra

Drama Action Inspirational

ଅପ୍ରାପ୍ତି

ଅପ୍ରାପ୍ତି

1 min
3


ଯେତେବେଳେ ସ୍ବପ୍ନସବୁ 

ସ୍ତୁପ ପାଲଟି ଯାଆନ୍ତି,

ମୃଦୁ ସମୀରଣ, ବତାସ ପବନ ତାକୁ

ସମତଳ କରି ପାରେନାହିଁ  

ଯୌବନର ଜଟିଳରେଖା ପାପୁଲିରେ

ଅଙ୍କାବଙ୍କା ଦାଗହୋଇ 

ବାର୍ଦ୍ଧକ୍ୟ ଆଡକୁ ଆଗେଇଚାଲେସିନା 

କୈଶୋରକୁ ଫେରିବାର 

ସରଳ ରାସ୍ତାଟିଏ ଆଖିକୁତ ଦିଶେନାହିଁ l

ରାତି ପରେ ରାତି ବିଛାଏ 

ପରର ମାଖମଲୀ ଶଯ୍ୟା l 

ଦିନ ତମାମ ସ୍ବେଦର ପୁଷ୍କରିଣୀରେ 

ବୁଡ଼ ମାରି ମା' କୋଳର

ନିଶ୍ଚିନ୍ତତାରେ ଶୋଇଯିବାର

ଅନୁଭୂତିତ ଅଙ୍କୁରେ ନାହିଁ l 

ଲୁହର କାଳିକୁ ଫର୍ଦ୍ଦରେ ଢାଳିବି

ଅନ୍ତର ଚିପୁଡ଼ି ଲେଖିଚାଲେ ସିନା 

ବ୍ୟାକୁଳ ହୃଦୟତ ତୋଷିହୁଏ ନାହିଁ?

ସମୟ ବଦଳିଲା,ଆୟୁଷ ବଦଳିଲା 

ବଦଳିଲା ଋତୁ, ବର୍ଷ ବଦଳିଲା 

କେଜାଣି ଏ ଅଦଳ ବଦଳରେ 

ଆମେ ବଞ୍ଚିଲେ କି ନାହିଁ?

ଜୀବନ ଅଭିଧାନରେ 

ପୂର୍ଣ୍ଣଚିହ୍ନଟି ତ ଅଛି 

ହେଲେ ପ୍ରାପ୍ତି ଚିହ୍ନଟିଏ ନାହିଁ l

               


Rate this content
Log in

Similar oriya poem from Drama