STORYMIRROR

Sunanda Mohanty

Abstract Drama Action

3  

Sunanda Mohanty

Abstract Drama Action

ବାଦଲର ଗର୍ଜନ

ବାଦଲର ଗର୍ଜନ

1 min
206


ବାଦଲ ବି ଗର୍ଜନ କରେ

ଫୁଲଇ ତା ଛାତି

ବର୍ଷା କାନ୍ଦେ ଝରଝର

କି ଦିନ କି ରାତି

ବାଦଲ ଫାଙ୍କେ ଜହ୍ନ ମୁହଁ

ଦିଶେ ନାହିଁ ନିତି

ବର୍ଷା ଦିନେ ଜହ୍ନ ଆମାବାସ୍ୟା

ପାଶେ ଯାଇ ଦିଏ ପ୍ରତିଶ୍ରୁତି

ଗରଜି ମରୁ ବାଦଲ ଏମିତି

ମୁଁ ଆସିବି ତୋ କତି

ବାଦଲ ଫାଙ୍କରେ ଜହ୍ନ ଲୁଚିରହି

ଦେଖେ କୋଉ ପାଣି କୁଆଡେ ଗତି 

ନୀଳକଇଁ ନୀଳବିଷ ପିଇ

 ବଢ଼ାଏ ଅପସଂସ୍କୃତି

ଜହ୍ନର ମନ ନେବାକୁ ହେଲେ

କିଏ ହେବ ଅତିରୁ ଇତି

ତା ବାଟେ ସେ ଯାଉ ବାଦଲ ଗରଜୁ

ଆସୁ ମେଘରାତି

ଦେଇଯିବ ପ୍ରୀତି ମୈତ୍ରୀ ଗାଇ ଗୀତି

ପାଶେ ଥିଲେ ବର୍ଷା ସାଥି

ଝରକା ଫାଙ୍କରୁ ଜହ୍ନ ଉଇଁ ପୂର୍ଣ୍ଣମୀ ଦିନ

ବାଦଲ ଜାଳିବ ଅଗରବତୀ

ମିଠା ମେଘର ଉହୁ କୋଇଲି ରାବୁନି ଆଉ

ଖାଲି ତଥାପି କିନ୍ତୁ ଜନଶ୍ରୁତି

ବାଦଲ କୁଆଡେ ଏବେ ଜଗନ୍ନାଥ ରୂପ ଧରେ

ମାଳିକା ବଚନ ସତ ହେବ ଭିତି

ବର୍ଷା କରେ ପ୍ରଣିପାତ ରଖ ଜଗନ୍ନାଥ 

ଋତୁ ସୃଷ୍ଟି କରି ଦେଇଛ ଜନ ପଶୁ ପକ୍ଷୀ ଜାତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract