ବାଦଲର ଗର୍ଜନ
ବାଦଲର ଗର୍ଜନ
ବାଦଲ ବି ଗର୍ଜନ କରେ
ଫୁଲଇ ତା ଛାତି
ବର୍ଷା କାନ୍ଦେ ଝରଝର
କି ଦିନ କି ରାତି
ବାଦଲ ଫାଙ୍କେ ଜହ୍ନ ମୁହଁ
ଦିଶେ ନାହିଁ ନିତି
ବର୍ଷା ଦିନେ ଜହ୍ନ ଆମାବାସ୍ୟା
ପାଶେ ଯାଇ ଦିଏ ପ୍ରତିଶ୍ରୁତି
ଗରଜି ମରୁ ବାଦଲ ଏମିତି
ମୁଁ ଆସିବି ତୋ କତି
ବାଦଲ ଫାଙ୍କରେ ଜହ୍ନ ଲୁଚିରହି
ଦେଖେ କୋଉ ପାଣି କୁଆଡେ ଗତି
ନୀଳକଇଁ ନୀଳବିଷ ପିଇ
ବଢ଼ାଏ ଅପସଂସ୍କୃତି
ଜହ୍ନର ମନ ନେବାକୁ ହେଲେ
କିଏ ହେବ ଅତିରୁ ଇତି
ତା ବାଟେ ସେ ଯାଉ ବାଦଲ ଗରଜୁ
ଆସୁ ମେଘରାତି
ଦେଇଯିବ ପ୍ରୀତି ମୈତ୍ରୀ ଗାଇ ଗୀତି
ପାଶେ ଥିଲେ ବର୍ଷା ସାଥି
ଝରକା ଫାଙ୍କରୁ ଜହ୍ନ ଉଇଁ ପୂର୍ଣ୍ଣମୀ ଦିନ
ବାଦଲ ଜାଳିବ ଅଗରବତୀ
ମିଠା ମେଘର ଉହୁ କୋଇଲି ରାବୁନି ଆଉ
ଖାଲି ତଥାପି କିନ୍ତୁ ଜନଶ୍ରୁତି
ବାଦଲ କୁଆଡେ ଏବେ ଜଗନ୍ନାଥ ରୂପ ଧରେ
ମାଳିକା ବଚନ ସତ ହେବ ଭିତି
ବର୍ଷା କରେ ପ୍ରଣିପାତ ରଖ ଜଗନ୍ନାଥ
ଋତୁ ସୃଷ୍ଟି କରି ଦେଇଛ ଜନ ପଶୁ ପକ୍ଷୀ ଜାତି ।