Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Abstract Drama

3  

Sarojini Mishra

Abstract Drama

ରାଷ୍ଟ୍ରୀୟ ଧ୍ଵଜା

ରାଷ୍ଟ୍ରୀୟ ଧ୍ଵଜା

1 min
121



ସ୍ଵାଧିନ ରାଷ୍ଟ୍ରର ସନ୍ତାନ ସକଳେ

ରାଷ୍ଟ୍ରଧ୍ଵଜା ଆମ ପରିଚୟ

ତିନୋଟି ରଙ୍ଗରେ ଆମ ରାଷ୍ଟ୍ରଧ୍ଵଜା

କରି ଦେଇଥାଏ ମନ୍ତ୍ରମୁଗ୍ଧ ।

ସ୍ଵାଧୀନତା ପାଇଁ ତ୍ୟାଗ ଗାଥା କୁହେ

କହେ ପୁଣି ଆତ୍ମବଳୀ କଥା

ତିନୋଟି ରଙ୍ଗରେ ଦେଶ ମର୍ମବାଣୀ

ଉଡ଼ି କହୁଥାଏ ମନ କଥା ।

ମୋ ରାଷ୍ଟ୍ର ଧ୍ଵଜାରେ ଲେଖା ହୋଇଅଛି

କେତେ ମୂଲ୍ୟବାନ ବାର୍ତ୍ତାମାନ

ସେଇ ବାରତାର ପତରେ ପତରେ

ମୋ ଦେଶ ମହତ୍ତ୍ଵ ବିଦ୍ୟମାନ ।

ମୋର ରାଷ୍ଟ୍ରଧ୍ଵଜା ତ୍ରିରଙ୍ଗା ଟି ପରା

ତିନୋଟି ରଙ୍ଗରେ ମହୀୟାନ

ତା ମଧ୍ୟରେ ଚକ୍ର ଶୋଭା ଯେ ବଢ଼ାଏ

ଭେଙ୍କେୟା ତୁମେ ଅଟେ ମହାନ ।

ମୋର ତ୍ରୀରଙ୍ଗାର ନାରଙ୍ଗୀ ରଙ୍ଗଟି

ବୀରତ୍ଵ,ସାହାସ, ତ୍ୟାଗ କୁହେ

ସବୁଜ ରଙ୍ଗଟି ବୈଭବ ସମୃଦ୍ଧି

ବାରତା ଯେ ବାଣ୍ଟି ଦେଉଥାଏ ।

ଧଳା ରଙ୍ଗ ଦିଏ ଶାନ୍ତିର ବାରତା

ଚକ୍ରରେ ପ୍ରଗତି ତତ୍ତ୍ଵ

ଚବିଶ ଅରରେ ଚବିଶ ଘଣ୍ଟାର

ଚଉବିଂଶ ତତ୍ତ୍ଵ ଯେ ନିହିତ ।

ମୋର ରାଷ୍ଟ୍ରଧୂଜା ତଳେ ଠିଆ ହେଲେ

ମନେ ଶିହରଣ ଜାତ ହୁଏ

ମୋ ତ୍ରିରଙ୍ଗା ତଳେ ଜାତୀୟ ସଂଗୀତ

ମନେ ମାଦକତା ଭରିଦିଏ ।

ତା ଦେହରେ ଲେଖା ତ୍ୟାଗର କାହାଣୀ

ସ୍ଵାଧୀନ ହେବାର ଗୁଢ ଗାଥା

ସୌନ୍ଦର୍ଯ୍ୟ ମଣ୍ଡିତ ମୋ ତ୍ରିରଙ୍ଗା କହେ

ସଂଗ୍ରାମୀଙ୍କ ବଳିଦାନ କଥା ।

ମୋ ପତାକା ତଳେ ଜାତି, ଧର୍ମ,ବର୍ଣ୍ଣ ସଭିଏଁ ସମାନ ହୋଇଥାନ୍ତି 

ଅନେକ ଭିନ୍ନତା ମଧ୍ୟେ ମୋ ତ୍ରିରଙ୍ଗା

ସାମ୍ୟତା ର ଗୀତ ଗାଉଥାଇ ।

ସ୍ଵାଧୀନତା ଅର୍ଥ ସଭିଏଁ ବୁଝନ୍ତୁ

ଗଣତନ୍ତ୍ର କଥା ବୁଝିଯାନ୍ତୁ

ମୋ ତ୍ରିରଙ୍ଗା ତଳେ କରୁଛି ପ୍ରଣାମ ରାଷ୍ଟ୍ରଧ୍ଵଜା ମୋର ଉଚ୍ଚା ରହୁ ।

ରାଷ୍ଟ୍ର ପାଇଁ ଆମେ ଗରବ କରିବା

ରାଷ୍ଟ୍ର ପାଇଁ କାମ କରିଯିବା

ମୋ ରାଷ୍ଟ୍ର ଧ୍ଵଜାର ବିଶ୍ଵେ ନାମ ହେବ

ସର୍ବେ ଦେଉଥିବେ ଯେ ମର୍ଯ୍ୟାଦା ।

ରକତର ଗାଥା ଶକତ କରୁ ଯେ

ଦେଶବାସୀଙ୍କର ମନୋବଳ

ସ୍ୱାର୍ଥର ଶିକୁଳି ଖୋଲିଯାଉ ବାରେ

ଗଣତନ୍ତ୍ର ରହୁ ସୁ-ଉଜ୍ଜ୍ଵଳ ।

ମୋ ରାଷ୍ଟ୍ର ଧ୍ଵଜାକୁ ସଲାମ କରୁଛି

ଶ୍ରଦ୍ଧାଞ୍ଜଳୀ ଦିଏ ସଂଗ୍ରାମୀ ରେ

ମୋର ରାଷ୍ଟ୍ରଧ୍ଵଜା ଚିରକାଳ ଭଡୁ

ମୁଣ୍ଡ ନୁଆଉଛି ତା ସମୀପେ ।



Rate this content
Log in

Similar oriya poem from Abstract