STORYMIRROR

Gargi Mishra

Drama Romance Fantasy

3  

Gargi Mishra

Drama Romance Fantasy

ସୁନାରଙ୍ଗ ପ୍ରଜାପତି

ସୁନାରଙ୍ଗ ପ୍ରଜାପତି

1 min
113

ମୋ ହାତ ମୁଠାରୁ

ସୁନାରଙ୍ଗର ପ୍ରଜାପତିଟିଏ

ଉଡି ଉଡି ତୁମ ଉପରେ ବସେ

ପ୍ରସାରିତ କରି ଡେଣା ଫିକ କରି ହସେ କହେ,

ମୋତେ ପଠାଇଛି ଯେ ସେ କେବଳ ତୁମର

ତୁମଠାରେ ଘୁରିବୁଲେ ତାହାର ସଂସାର 

ହୃଦୟ ପାଖୁଡା ତୁମ ଖୋଲି ଖୋଲି ଯାଏ

ଆଖିରେ ଆଖିଏ ଶରମ, ଓଠ ନରମୀ ଯାଏ

ସ୍ନାୟୁରେ ସଞ୍ଚରିଯାଏ ପ୍ରୀତିର ମହକ

ଶେଫାଳୀ ହୋଇ ଝରିପଡେ ସବୁ ଦୁଃଖ ଶୋକ 

ବହୁତ ଭଲପାଅ ବୋଲି କହେ ତୁମ ଓଠର ହସ 

ଜଣେ ପ୍ରକୃତି ହେଲେ ଆର ଜଣକ ପୁରୁଷ

ଅଦ୍ଭୁତ ଏ ଆକର୍ଷଣ ନା ମିଠା ଯନ୍ତ୍ରଣା 

ପୁରୁଣା କଥା ଏ ତ ସମସ୍ତଙ୍କୁ ଜଣା

ମାନୁଛି ମିଳନ ଏ ଜନ୍ମେ ସମ୍ଭବ ନୁହଇ

ସମ୍ଭାବନା ମାନଙ୍କୁତ ଏଡିହେବ ନାହିଁ

ସମାଜ ଓ ସଂସ୍କାର କି ପଥ ରୋକିପାରେ? 

ସାହିତ୍ୟ ଆମକୁ ଯେବେ ଏକ କରିପାରେ

ସୁବର୍ଣ୍ଣ ଅରୁଣିମା ବିଞ୍ଚି ସୁରୁଜ ଉଇଁଉଠେ ନିତି

ସ୍ନେହରେ ରଙ୍ଗିଯା' କହେ ସୁନାରଙ୍ଗ ପ୍ରଜାପତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama