STORYMIRROR

Gargi Mishra

Drama Romance Classics

4  

Gargi Mishra

Drama Romance Classics

ଆମେ ଦେଖାହୋଇ ନଥିଲେ

ଆମେ ଦେଖାହୋଇ ନଥିଲେ

2 mins
320


ନିଜ ଅତୀତ ଆମେ କଉଠି ନା କଉଠି ଛାଡି ଆସୁ,

ଆଉ ଫେରି ନ ଚାହିଁବାକୁ

 କିନ୍ତୁ ଜାଣ...ଅତୀତ ଅଙ୍କାବଙ୍କା ରେଖାଦେଇ 

କୌଣସି ନା କୌଣସି ମୋଡ଼ରେ, ଗଳି ମୁଣ୍ଡରେ କି 

 ଭିଡ଼ ଭିତରେ ଅଚାନକ ଦେଖା ହୋଇଯାଏ l

ହୃତସ୍ପନ୍ଦନବଢ଼େଇ ଦିଏ l

ସଙ୍ଗାତ, କାନ ପାତିଛି 

ମୋତେ ଥରେ କହତ........

ଆମେ ଯଦି ଦେଖା ନ ହୋଇଥାନ୍ତେ

କଣ ହୋଇଥାନ୍ତା?

ମୁଁ କହିବି? 

ହଁ,ଏଇ ଟିକେ ଯାଉଣୁ ଆସୁଣୁ ଫଗୁଣରେ ବଉଳର ବାସ୍ନା ନଥାନ୍ତା

ଫୋନ କଲାବେଳେ କୋଇଲିର ଉପସ୍ଥିତି ଭାରି ବିରକ୍ତ ଲାଗନ୍ତା,

ପ୍ରେମ ଗପ ସବୁ ଫାଲତୁ ଟାଇମ ୱେଷ୍ଟ ଆଉ

ଝରଣା, ପାହାଡ଼ ସବୁ ଦିଶିଥାନ୍ତେ ଇଣ୍ଡିଆର 

ବୁମିଙ୍ଗ ଟୁରିଜମ ଇଣ୍ଡଷ୍ଟ୍ରି ପରି l

ବୁଲି ବୁଲି ମଣିଷ ଚିହ୍ନା ମୁହଁ ଚିନ୍ହା ଚିହ୍ନା ସ୍ୱର

ମାନଙ୍କୁ ଦୋ ଦୋ ପାଞ୍ଚ ହୋଇ ଚାହୁଁ ନଥାନ୍ତା...

କାଳେ ସେ ନୁହଁତ?

ନା ଥାନ୍ତା ପ୍ରତ୍ୟହ କାହାକୁ ପ୍ରତୀକ୍ଷା,

ନା ପ୍ରତିଶୃତି, ନା ସମ୍ଭାବନା....

ସ୍ୱାମୀ, ସ୍ତ୍ରୀ ପିଲା ମାନଙ୍କ କେଁ କଟର, କଳି, ଅର୍ଦ୍ଦଳି 

ଭାଙ୍ଗୁ ଭାଙ୍ଗୁ ଶୁଖିଲା ତକିଆ ଉପରେ

 ନିଦ ଆସିଯାନ୍ତା,

ରାତି ପାହିଯିବା ସହଜ ହୋଇଯାନ୍ତା l

ପପକର୍ଣ ସହ ନେଟ ଫ୍ଲିକ୍ସ ଆଉ ଅମାଜନ ପ୍ରାଇମରେ

ମା ଭଉଣୀ ଗଳି ଆଉ ଅପ ସଂସ୍କୃତିମିଶା କେଇଟି 

ନୂଆ ୱେବ ସିରିଜ ସାଙ୍ଗଆଗେ ବଖାଣୁ ବଖାଣୁ

ଦିନଟି ଚଟକରି ସରି ଯାଆନ୍ତା l

ପ୍ରତିଥର ସୋସାଇଟି ମିଟିଂରେ 

ଏ ପାଣିପାଇଁ ତୃତୀୟ ବିଶ୍ୱଯୁଦ୍ଧ ଡାକରା ଦେଉଥିବା

ସହରର କେଉଁ ଏକ ଗଳିରେ ବୋରୱେଲ ଟ୍ୟାଙ୍କର

ଚର୍ଚ୍ଚା ଭିତରେ ମୁଣ୍ଡ ଚୁଟି ପାଚି, ଫଟା ଦନ୍ଥରା ପାଦ

ଆଉ ଫ୍ଲାଟ କାନ୍ଥରେ ଲେପ ମରୁଥାନ୍ତା ମଣିଷ

ଲଟକି ପଡିଥାନ୍ତା ଗାଲ, ତଳିପେଟ 

କାନ୍ଧ ଆଉ କହୁଣୀ ମଝିରେ ମାଉଁସ

ପିଲାମାନଙ୍କୁ ବିଦେଶରେ ଦେଖି ଲୁହ

ସାଙ୍ଗେ ଯୁଦ୍ଧ କରୁ କରୁ ମିଛ ହସ ଆଉ

ଔପଚାରିକ ପଦ କେଇଟାର

ଆଦାନ ପ୍ରଦାନରେ ଜିନ୍ଦଗୀ ଜିନ୍ଦାବାଦ

ଜାନ ହୈ ତୋ ଜାହାନ ହୈ କହୁ କହୁ 

ଶେଷରେ ହଠାତ ଦିନେ ହସ୍ପିଟାଲ,

କ୍ୟାଥେଡ୍ରାଲ, ସାଲାଇନ, ଅକ୍ସିଜେନ 

ଆଇ. ସି. ୟୁ.,

ୟୁ. ସି.ମି.

ଆଉ ତା ପାରେ?

ରାମ ନାମ ସତ୍ୟହେ

ଲୋକ କହିଥାନ୍ତେ

ଭଲ ଲୋକଟା ଥିଲା l 

ଏବେ କେତେ ଖରାପ ହେଲା କୁହ

ଏକା ଏକା ଫଗୁଣ ସଞ୍ଜ,

କୋଇଲି ଗାଏ ଆମ 

ନିର୍ଯାତିତ ଜୀବନ ସଙ୍ଗୀତ 

ନା ରାତି ଯାଉଛି ସହଜରେ

ନା ଭଲ ଲାଗୁଚି ଦିନ, ନା ଖାଇବା

ନା ପିନ୍ଧିବା, ନା ଶୁଖୁଛି ଛାତି ଭିତର ଘା

ନା ଆଖିର ଝର ଝର ଲୁହ

ଖାଲି ଦରଜ ସବୁଆଡେ ଦରଜ l 




Rate this content
Log in

Similar oriya poem from Drama