STORYMIRROR

Pravasini Senapati

Drama Tragedy

3  

Pravasini Senapati

Drama Tragedy

ବଧୁ ନିରୁପମା ୧

ବଧୁ ନିରୁପମା ୧

1 min
149

ବଧୁ ନିରୂପମା ରୂପେ ଅନୁପମା

ଓଠୁ ଝରେ ହସ ମଧୁ 

ଓଢଣା ଫାଙ୍କରୁ ଲାଗଇ ସତେକି

ପୂର୍ଣ୍ଣମୀ ରାତିର ଇନ୍ଦୁ ।


ଛାଡି ମାଆ କୋଳ, ସାଙ୍ଗ ସାଥି ମେଳ

ଅଜଣା, ଅଚିହ୍ନା ଦେଶେ

ବାପାଙ୍କ ଆଦର କରି ସାତପର

ଆସିଛି ସେ ବଧୁ ବେଶେ ।


ପରଙ୍କୁ କରିବ ଆପଣାର ଏଠି

ଯେଣୁ ସେ ଅଟେ ଦୁହିତା

ଦୁଇଟି କୁଳ ର ହିତ ଲାଗି ପରା

ଗଢ଼ିଛି ତାକୁ ବିଧାତା ।


 ଚାହେଁ ଯେଉଁ ଆଡ଼େ ଦିଶେ ଖାଲି ତାକୁ 

ଅଚିହ୍ନା ଅଜଣା ମୁଁହ

ଏ କେଉଁ ରାଇଜେ ଆସିଛି ସେ ଆଜି

ଭାବିଲେ ଆସୁଛି କୋହ ।


ମାଆ ମୋର ଦଣ୍ଡେ ପାଖୁ ଛାଡେ ନାହିଁ

ନୟନ ତାରା ମୁଁ ତା'ର

କେମିତି କେଜାଣି କରିଦେଲା ଆଜି

ଜନନୀ ମୋ ସାତ ପର ?


ବାପାଙ୍କ ଗେହ୍ଲେଇ ପରୀ ଥିଲି ମୁଁ ଯେ

ପ୍ରାଣର ସ୍ପନ୍ଦନ ତାଙ୍କ

ଯୁଆଡୁ ଆସିଲେ ଦାଣ୍ଡ ଦୁଆରରୁ

ମୋତେ ସେ ପକାନ୍ତି ଡ଼ାକ ।


ତାଙ୍କ କୋଳୁ ଅଳି ଅଝଟ ମୋ ଯେତେ

ଗଲା ବୋଧେ ଆଜି ସରି

କେମିତି ଭୁଲିବେ କେଜାଣି ସେ ମୋତେ

ଛାତିକୁ ପଥର କରି ?


ଭାଇ, ଭଗ୍ନୀ ଦୁହେଁ ଏକ ପ୍ରାଣ ଆମ

ଦୁହେଁ ଦୁହିଁଙ୍କ ଜୀବନ

ଟିକିଏ କଥାରେ କେତେ କଳି ପୁଣି

କେତେ ରାଗ ଅଭିମାନ


ଆଉ ପାଇବିନି ସେ ସୁଖ କେବେ ମୁଁ

ହେଲି ଆଜି ପରଦେଶୀ

ବାପ ଘର ଖେଳ ଗଲା ମୋର ସରି

ସରିଗଲା ସବୁ ଖୁସି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama