ଅନ୍ଧ ପ୍ରେମ
ଅନ୍ଧ ପ୍ରେମ
ମୁଁ,
ତୁମ ପ୍ରେମରେ ଅନ୍ଧ
ମୋ' ଆଖିରେ ବନ୍ଧା ତୁମପ୍ରତି ଥିବା ମୋହ
ଭଲପାଇବା ଏବଂ ଅତ୍ୟନ୍ତ ଅନୁରକ୍ତିର
ଅନ୍ଧ ପୁଟୁଳି, କୁହ ପ୍ରିୟେ,
କେମିତିବା ଦେଖି ପାରିବି ମୋ'ଛାତିକୁ
ଲକ୍ଷ୍ୟକରି ତୁମେ ମାରୁଥିବା ବନ୍ଧୁକର ଗୁଳି ।
ସମୟ ସାରୁଛି
ତୁମପାଇଁ ସଜାଇବାକୁ ଫୁଲର ଦୋଳି
ଏବଂ ତୁମପାଇଁ ବାନ୍ଧିବାକୁ ସ୍ୱପ୍ନର ନିଶୁଣି,
ସମୟ ପାଇବି କୋଉଠୁ
ପଢିବାକୁ ତୁମ ମନ ଭିତରର କଥା
ଏବଂ ବୁଝିବାକୁ ଭିନ୍ନ ଏକ ଅବୁଝା କାହାଣୀ ।
ତୁମେ କହିଲ
ମୁଣ୍ଡ ନୁଆଇଁଦେଲେ ଚାଲିଯିବ
ଆସୁଥିବା ସମୂଦ୍ରର ବଡ ବଡ ଜୁଆର,
ମୁଁ କ'ଣ ଜାଣିଥିଲି
ମୋ' ଉପରେ ପାଣି ସହିତ ମାଡିଯିବ ବାଲିଚର ।
ମୁଁ ଆଜି ଆହାତ
ଗୁଳିବିଦ୍ଧ କ୍ଷତାକ୍ତ ମଣିଷ,
ତଥାପି ତୁମର ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି
ଆମନ୍ତ୍ରଣ କରୁଛି ନିଜେ ନିଜର ସର୍ବନାଶ
ଏମିତି ନହେଲେ ସୃଷ୍ଟି କୁଆଡେ ହେଇଯିବ ଧ୍ୱଂସ ।
