STORYMIRROR

Satyanarayan Sahoo

Drama Tragedy Action

3  

Satyanarayan Sahoo

Drama Tragedy Action

ଅକୁହା ବେଦନା

ଅକୁହା ବେଦନା

1 min
184


ଅକୁହା ବେଦନା କହି ସେ ନୁହଇ

କେତେ ଦୁଃଖ ପାଏଁ ମୁଁ ନିତି

ଆଶୈଶବୁ ଚିର ଦିନ ମାନ ମୋର

ଦୁଃଖ ରେ ଯାଉଛି ବିତି ।

କାହିଁ ମୋର ଆଶା ଭରସା ସପନ

 ଆଶ୍ଵାସନା ବା, ଅଭୟ 

ଜୀବନ ଯାତ୍ରା ରେ ଅଭିନୟ କରେ

ହୋଇ ଅତି ଅସହାୟ ।

ବଦଳି ଚାଲିଛି ସମୟ ଅବସ୍ଥା

ବ୍ୟବସ୍ଥା ନୀତି ନିୟମ 

ହେଲିବି ବଢୁଛି ଜୀବନେ କାହିଁ କି

ମୋହର ଚିର କ।ରୁଣ୍ୟ ।

ସୁତୀବ୍ର ପ୍ରହାର ସହି ବାର ବାର

ଚାଲିଛି ଜୀବନ ମୋର

ଅକୁହା ବେଦନା ଅକୁହା ଯନ୍ତ୍ରଣା

ବଢୁଅଛି ବାରମ୍ବାର ।

ଅକୁହା ବେଦନା କହି ତା ନହୁଏ

ସହି ବାକୁ ହୋଇ ଥାଏ

ବର୍ବର ସମାଜ ବ୍ୟବସ୍ଥା ବିଧାନେ

ହା ହା କାର ଲୀଳା ରଚେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama