STORYMIRROR

Amit Bal

Drama Inspirational Children

3  

Amit Bal

Drama Inspirational Children

ଅନଲାଇନ୍ ଶିକ୍ଷା

ଅନଲାଇନ୍ ଶିକ୍ଷା

1 min
157

ଅପ୍ରତ୍ୟାଶିତ ଯୁଦ୍ଧର ଏ ଡାକରା

       କରୋନା ଦେଇଛି ପୃଥିବୀ ସାରା,

 ବିପର୍ଯ୍ୟସ୍ତ ହୋଇଛି ଶିକ୍ଷା ବ୍ୟବସ୍ଥା 

    ଅନଲାଇନ ଶିକ୍ଷା ହିଁ ଏବେ ଏକ ମାତ୍ର ରାସ୍ତା ....


ମାନୁଛି ଅନଲାଇନ ଶିକ୍ଷା 

        ଆଗରୁ ମଧ୍ୟ ଥିଲା ପ୍ରଚଳିତ ଶିକ୍ଷା ନୀତିରେ

ଏବେ କିନ୍ତୁ ବହୁଗୁଣିତ ହେଲା

         କରୋନା ମହାମାରୀର ଭୀଷଣ ପ୍ରକୋପରେ ,


କିଏ କେବେ କରିଥିଲା କଳ୍ପନା କ୍ୟାମେରା ଆଗରେ

            ଘରେ ବସି ସ୍କୁଲର , ହେବ ପାଠ ପଢା , 

ଗୁରୁ ଏବଂ ଛାତ୍ରଙ୍କର ଶିକ୍ଷା କାର୍ଯ୍ୟ ସମାପନ ପାଇଁ 

      ପ୍ରତିଦିନ ବିଦ୍ୟାଳୟ ଯିବା , ହେବ ନାହିଁ ଲୋଡ଼ା .....


ସବୁ କିଛି ମନେହୁଏ 

            ପ୍ରକୃତ ଆଉ ସମୟର ଖେଳ

ଅବିବେକୀ ମନୁଷ୍ୟ ପାଇଁ

             ନିଶ୍ଚିତରେ ଆତ୍ମଚିନ୍ତନର ବେଳ ......


ଏମିତି ବି ଅନଲାଇନ ଶିକ୍ଷା ଦାନ

             ବାପା ମା'ଙ୍କ ପାଇଁ ମହଙ୍ଗା ହୋଇଛି

ପଢ଼ିବାର ବାହାନାରେ ନୀତି

                ପିଲା ନିଜେ ନିଜକୁ ବିଗାଡୁଛି ......


ସେ ଯାହା ହେଉ ଅନଲାଇନ ଶିକ୍ଷା ର ତର୍ଜମା

              ଭବିଷ୍ୟତରେ ସମୟ କରିବ

ଲକ୍ ଡାଉନ୍ ସାଥେ ସଟ୍ ଡାଉନ୍ କଥା ଯେବେ

         କରୋନା ପରେ ଇତିହାସ ପାଲଟିବ .......।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama