ଛାଇ ଆଲୁଅର ଖେଳ
ଛାଇ ଆଲୁଅର ଖେଳ


କିଏ କହେ ପ୍ରେତାତ୍ମା ରହିଛି କୋଠିରେ
ମୁଁ ବିଶ୍ୱାସ କରୁନି ଜମା ଏଇ ଦଶନ୍ଧିରେ
ଛାଇ ଆଲୁଅର ଲୀଳା ଖେଳା ଭିତରେ
ମନର ଡର ନିଭୃତ କକ୍ଷ ଇଲାକାରେ
ଡରାଏ ଥରାଏ ସେଇ ନିଛାଟିଆ କୋଠରୀରେ
ଆଖ ପାଖରେ କେହି ନଥାନ୍ତି ଭିତରେ ବାହାରେ
ଅସାମାଜିକ ଚୋର ତସ୍କର ବୋଧହୁଏ ରହନ୍ତି ସେ ଘରେ
ପୋଲିସ ସକ୍ରିୟ ହେଲେ ଭୂତ ପ୍ରେତ ନରହିବେ ସତରେ.