STORYMIRROR

Anam Charan Sahoo

Drama

3  

Anam Charan Sahoo

Drama

ଅନୁତାପ

ଅନୁତାପ

1 min
318


ବଟବୃକ୍ଷ ମଣି କରିଲ ମାଗୁଣି

ସୁଶୀତଳ ଛାୟା ମୋର

ଥୁଣ୍ଟା ଗଛ ପ୍ରାୟ ନ ହେଲି ସହାୟ

ଜଳିବା ହୋଇଲା ସାର।୦।


ସାଥୀ ହୋଇ ତୁମେ ମଜ୍ଜିଗଲ ପ୍ରେମେ

ହୃଦେ ରଖି କଲ ପୂଜା

ମୋ ଚାଲିବା ବାଟ ସଜାଇଲ ଫୁଲେ

ମଣି ଶ୍ରୀମନ୍ଦିର ଧ୍ଵଜା

ହେଲି ନାହିଁ ତୁମ ପ୍ରଣୟର ଯୋଗ୍ୟ

ବଦନାମ ହେଲା ସାର।୧।


ମଥାର ସିନ୍ଦୂର ନ ହେଲି ତୁମର

ହେଲି କଳଙ୍କର ଟିକା

ତୁମ ହାତ ଛାଡ଼ି ବାଟ ଚାଲୁଥିଲି

ସଂସାରେ ହୋଇ ମୁଁ ଏକା

ଅନୁତାପ ନିଆଁ ଏବେ ମୋ ନିଜର

କୁହୁଳିବା ଯାହା ସାର।୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama