ଅନୁତାପ
ଅନୁତାପ


ବଟବୃକ୍ଷ ମଣି କରିଲ ମାଗୁଣି
ସୁଶୀତଳ ଛାୟା ମୋର
ଥୁଣ୍ଟା ଗଛ ପ୍ରାୟ ନ ହେଲି ସହାୟ
ଜଳିବା ହୋଇଲା ସାର।୦।
ସାଥୀ ହୋଇ ତୁମେ ମଜ୍ଜିଗଲ ପ୍ରେମେ
ହୃଦେ ରଖି କଲ ପୂଜା
ମୋ ଚାଲିବା ବାଟ ସଜାଇଲ ଫୁଲେ
ମଣି ଶ୍ରୀମନ୍ଦିର ଧ୍ଵଜା
ହେଲି ନାହିଁ ତୁମ ପ୍ରଣୟର ଯୋଗ୍ୟ
ବଦନାମ ହେଲା ସାର।୧।
ମଥାର ସିନ୍ଦୂର ନ ହେଲି ତୁମର
ହେଲି କଳଙ୍କର ଟିକା
ତୁମ ହାତ ଛାଡ଼ି ବାଟ ଚାଲୁଥିଲି
ସଂସାରେ ହୋଇ ମୁଁ ଏକା
ଅନୁତାପ ନିଆଁ ଏବେ ମୋ ନିଜର
କୁହୁଳିବା ଯାହା ସାର।୨।