STORYMIRROR

Anam Charan Sahoo

Abstract Fantasy

2  

Anam Charan Sahoo

Abstract Fantasy

ଅନଲାଇନ୍ ଶିକ୍ଷା

ଅନଲାଇନ୍ ଶିକ୍ଷା

1 min
137


ଶିଖିବା ପାଇଁ ସୁଯୋଗ ନାହିଁ

ବିଦ୍ୟାଳୟରେ ତାଲା

ଗୃହ ମଧ୍ୟରେ ବନ୍ଦୀ ଜୀବନ

ଯାତନା ବଢ଼ାଇଲା।

ସଭାସମିତି ପାଠପଢାଟି

କେମିତି ହେବ ଚିନ୍ତା

ଜନ ଗହଳି ଆଉ ଜମୁନି

ବାଉଳା ଦେଶ ନେତା।

ବନ୍ଧୁ ବାନ୍ଧବ ସୁତସୁତାଙ୍କ

ପାଖରୁ ଦୂରେ ରହି

ଦେଖା ସାକ୍ଷାତ ହୁଏ ବିଚ୍ୟୁତ

ଶାନ୍ତି ନମିଳେ କାହିଁ।

ଏପରି ବେଳ ଭରଚୁଆଲ

ହୋଇଲା ଆମ ସାଥୀ

ଅନଲାଇନ୍ ଶିକ୍ଷା ମିଳିଲା

ସମୟ ଯାଏ ବିତି।

ଆପଣା ପଣ ମୁଖ ଦର୍ଶନ

ଦେଖି ମଣିଷ ଛବି

ଅନ୍ତର ତଳୁ ଦୁଃଖ ବାଦଲ

ହଟି ଉଇଁଛି ରବି।

ପିଲାଙ୍କ ମୁଖେ ହସଟି ଖେଳେ

ପାଠପଢାକୁ ସାରି

ମିଳିମିଶିକି ଦେବେ ହଟାଇ

ଅଜ୍ଞାନ ବିଭାବରୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract