STORYMIRROR

Anam Charan Sahoo

Fantasy

4  

Anam Charan Sahoo

Fantasy

ଆଲିଙ୍ଗନ

ଆଲିଙ୍ଗନ

1 min
291

ବନ୍ଧୁ ବନ୍ଧୁ ମଧ୍ଯେ ପ୍ରେମେ ଆଲିଙ୍ଗନ

ଅଟଇ ସହଜ କଥା

ଦେଖା ଯେବେ ହୁଏ ବନ୍ଧୁ କୋଳେ ନିଏ

ଆଲିଙ୍ଗନେ ସୁଖ ତଥା।

ରାଷ୍ଟ୍ର ନାୟକଙ୍କ ମଞ୍ଚରେ ମିଳନ

ଆଲିଙ୍ଗନେ ସ୍ନେହ ଭାବ

ଦେଶ ଦେଶ ମଧ୍ଯେ ଆଦର ସମ୍ମାନ

ପରଷ୍ପର ମିଳେ ଲାଭ।

ପିତାମାତା ସହ ପୁତ୍ର କନ୍ଯାଙ୍କର

ଆଲିଙ୍ଗନେ ମହାସୁଖ

ବହୁଦିନ ପରେ ମିଳନ ଘଟିଲେ

ଘୁଞ୍ଚି ଯାଏ ହୃଦ ଦୁଃଖ।

ସମୁଦାସମୁଦି ନୂଆ ବନ୍ଧୁ ଯୋଡି

ଶରଧାରେ ଆଲିଙ୍ଗନ

କନ୍ୟା ଦେଇ ପୁତ୍ର ପୁତ୍ର ଦେଇ କନ୍ୟା

ପ୍ରାପତ ହୁଅନ୍ତି ରତ୍ନ।

ପତିପତ୍ନି ମଧ୍ଯେ ପ୍ରେମ ଆଲିଙ୍ଗନ

ସଂସାରେ ଯୋଗାଏ ବଳ

ପୀରତି ରସରେ ଛନ୍ଦି ହ୍ବନ୍ତି ଦୁହେଁ

ପ୍ରୀତିସୁଧା କଉଶଳ।

ପ୍ରେମିକ ପ୍ରେମିକା ହୋଇ କାମାତୁରା

ଲୁଚି ଛପି ଆଲିଙ୍ଗନ

ରୀତିନୀତି ଆମ ଅଟେ ବ୍ଯବସ୍ଥିତ

ନାହିଁ ଚୋରାପ୍ରୀତି ସ୍ଥାନ।

ବିଭୂ ରସ ପାନ ବିଭୂ ପାଦେ ଧ୍ଯାନ

ବିଭୂ ନାମ ଆଲିଙ୍ଗନ

ଦୂର କରେ ପାପ ନାଶ କରେ 

ମୃତ୍ୟୁ କାଳେ ଗଣ୍ଠିଧନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy