STORYMIRROR

Anam Charan Sahoo

Romance Inspirational

3  

Anam Charan Sahoo

Romance Inspirational

ପ୍ରେମ ପାଇଁ ଦିନଟିଏ

ପ୍ରେମ ପାଇଁ ଦିନଟିଏ

1 min
208

ଆଜିର ଦିନଟି ତୁମ ନାମେ ପ୍ରିୟା

ମନରେ ଦିପାଳୀ ଜଳେ

ତୁମକୁ ଦେଖି ମୁଁ ସ୍ଥିର କରିଥିଲି

ଜିଣିବି ପ୍ରେମର ବଳେ।

ମନ ଦିଆନିଆ ହୋଇଥିଲା ସାଥୀ

ପତିପତ୍ନି ହେଲେ ଦୁହେଁ

ଜୀବନ ଆମର ଖରା ଛାଇ ଖେଳ

କେବେ ସୁଖ କେବେ ଲୁହେ।

କେବେ ଆନନ୍ଦରେ କେବେ ସଂଘର୍ଷରେ

କଟିଯାଏ ଆମ ଦିନ

ପ୍ରେମ ଜୁଆରରେ ଭଟ୍ଟା ଆସେନାହିଁ

ପ୍ରଫୁଲ୍ଲିତ ମନ ମୀନ।

ନଦେଖିଲେ ଦିନେ ତୋର ମୁଖଶଶୀ

ଲାଗେନା ଜମାରୁ ଭଲ

କେମିତି କହିବି ତୋତେଲୋ ସୁନ୍ଦରୀ

ଦେଇଛୁ ଜୀବନେ ଥଳ।

ହାତ ଧରି ତୋର ଚାଲିବା ଦିନରୁ

ଜଣା ପଡେ ନାହିଁ ବାଟ

ସୁଖରେ ସୁଖରେ ଦିନ ସରିଯାଏ

ଏମିତି ଜୀବନ ହାଟ।

ଜଗନ୍ନାଥଙ୍କର ଥାଉ ଶୁଭାଶିଷ

ଜୀବନର ଚଲାପଥେ

ଜୀବନ ହାଟରୁ ସଉଦା ସରିଲେ

ନେଇଯିବେ ଦିବ୍ଯ ରଥେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance