STORYMIRROR

Anam Charan Sahoo

Romance

4  

Anam Charan Sahoo

Romance

ସ୍ପନ୍ଦନ

ସ୍ପନ୍ଦନ

1 min
418

ତୁ ମୋ ସ୍ପନ୍ଦନ ତୁ ମୋ ଜୀବନ

ତୁ ମୋ ହୃଦୟ ରାଣୀ

ତୁ ଥିଲେ ପାଖେ ନୟନ ଲାଖେ

ଚିଡାଏ ତୋତେ ଜାଣି।

ତୋ ପାଇଁ ମୁହିଁ କରିନି କିଛି

ତଥାପି ପାଉ ଭଲ

ମୋ ମନ ବୁଝୁ ମୋ ସାଥେ ହଜୁ

ରୂପତୋ ଝଲମଲ।

ଚୁଡିର ସ୍ବର ପାଦେ ନୁପୁର

ମନକୁ ନିଏ ଟାଣି

ଚଞ୍ଚଳ ମନ ବଡ଼ ଉଛନ୍ନ

ତୋଳିବା ପାଇଁ ରାଣୀ।

ଦିବସେ ଯେବେ କରମ କରେ

ତୋଠାରୁ ଦୂରେ ରହି

ହୃଦୟ ମୋର ଝୁରଇ କେତେ

ମୁହଁରେ ନୁହେଁ କହି।

ହୃଦ ସ୍ପନ୍ଦନ ଯେତିକି ଦିନ

ସଂସାରେ ଚାଲୁଥିବ

ପ୍ରଶ୍ବାସେ ମୋର ତୋହରି ନାଆଁ

ସ୍ପନ୍ଦିତ ହେଉଥିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance