STORYMIRROR

Anam Charan Sahoo

Romance

4  

Anam Charan Sahoo

Romance

ଅମର ପ୍ରେମ

ଅମର ପ୍ରେମ

1 min
401

ଶାଶ୍ବତ ପ୍ରେମର ଜୀବନ୍ତ ନିର୍ଯ୍ଯାସ

ହୃଦୟର ଅଭିଲେଖ

ରାମେଶ୍ୱର ପାଶ ରାମସେତୁ ନିଜ

ବେନି ନୟନରେ ଦେଖ।୧

ଦୁଷ୍ଟ ଲଙ୍କପତି ବୁଦ୍ଧି ଭ୍ରଷ୍ଟ ମତ୍ତି

ସୀତାଙ୍କୁ ଚୋରାଇ ନେଲା

ଅଶୋକ ବନରେ ରାଜ ଉଦ୍ଯାନରେ

ରହିବାକୁ ବାସ ଦେଲା।୨

ନୁହେଁସେ ବିନମ୍ର କରେ କେତେ କ୍ରମ

ଅଙ୍କଶାୟିନୀ କରିବ

କହଇ ଭୂମିଜା ଭୂମିଜ ସାହାରା

ଦୁଃଖ ନିଶ୍ଚେ ହଟିଯିବ।୩

ସାକେତ କୁମାର କୌଶଲ୍ୟା ନନ୍ଦନ

କପି, ଭାଲୁ ସାଥେ ନେଇ

ଲଙ୍କା ଅଭିମୁଖେ ଯାତ୍ରା ଆରମ୍ଭିଲେ

ବିଧିର ବିଧାନ ଏହି।୪

ପଥେ ପଥଶ୍ରମ ନହେଲା ବାଧକ

ବରୁଣ ଯେ ଦେଲେ ଦୁଃଖ

ଅକାତ ସଲିଳ ଭାଙ୍ଗେ ମନୋବଳ

ମନେପଡେ କାନ୍ତା ମୁଖ।୫

ପୁରୁଷୋତ୍ତମଙ୍କ ଦୃଢ ଧୈର୍ଯ୍ୟ ବନ୍ଧ

ଭାଙ୍ଗିଗଲା ଏକ କ୍ଷଣେ

ଧରି ରାମବାଣ ନୀରଦ ବରଣ

ସିନ୍ଧୁ ଶୁଷ୍କ ଅଭିଯାନେ।୬

ଦେଖି ରୌଦ୍ରରୂପ ରାମଙ୍କ ସମୀପ

ବରୁଣ ହୋଇଲେ ଉଭା

ହେ କରୁଣାକର କରୁଣା ତୋହର

ଜଗତକୁ ସିନା ଶୋଭା।୭

ମୋ ଜଳରେ ବନ୍ଧ ବାନ୍ଧ ହେ ବାନ୍ଧବ

ପଥର ଉଠିବ ଭାସି

ସହଜରେ ବନ୍ଧ ହୋଇବ ନିର୍ମିତ

ପ୍ରାପ୍ତ ହେବ ସୁଖ ରାଶି।୮

ନଳ ନୀଳ ବେନି ବଡ କଉଶଳି

କାନ୍ଧେ ବୋହି କାର୍ଯ୍ୟ ଭାର

କପି,ଭଲ୍ଲୁକର ସାହାଯ୍ୟ ଆଧାର

ନିର୍ମାଣର ଚମତ୍କାର।୯

ପାରାବାର କୋଳେ ମହାନନ୍ଦ ଭୋଳେ

ସେତୁବନ୍ଧ ଗଲା ସରି

ସଇନ ସାମନ୍ତ ଯାତ୍ରା ଲଙ୍କପୁର

ଆନନ୍ଦିତ ପ୍ରଭୁ ହରି।୧୦

ରାମ ରାବଣର ତୁମୁଳ ସଂଘର୍ଷ

କେତେ ଯୋଦ୍ଧା ବୀରଗତି

ଲଙ୍କା ପରାଜୟ ରାମଙ୍କ ବିଜୟ

ଶୁଣି ଖୁସି ମାତା ସତୀ।୧୧

ରାମ ସୀତଙ୍କର ଅପୂର୍ବ ମିଳନ

ସଂସାରେ ଫେରିଲା ଶାନ୍ତି

ଅମର ପ୍ରେମର କାହାଣୀ ଏହିତ

ଦୁନିଆର ମହାକ୍ରାନ୍ତି।୧୨


ଅନାମ ଚରଣ ସାହୁ

ବିଭୁତିପୁର, କାକଟପୁର, ପୁରୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance