STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ଜନ୍ମଦିନ

ଜନ୍ମଦିନ

1 min
230



ଜନମ ଦିନଟି ବରଷକେ ଥରେ

ଆସିଥାଏ ଜୀବନରେ

ଏହା ଜାଣି କାହ୍ନା ମନରେ ଆନନ୍ଦ

କହିଲେ ନସରେ ବାରେ।

ହେଲା ଶୁଭବେଳା ନକରି ସେ ହେଳା

ପ୍ରତ୍ଯୁଷେ ସ୍ନାହାନ ସାରି

ନବ ଅଙ୍ଗ ବାସ ଅନୁପମ ବେଶ

ସୁନ୍ଦର ଦିଶୁଛି ଭାରି।

ପିତାମାତା ପାଦେ ଭକ୍ତିରେ ପ୍ରଣାମ

ହସହସ ମୁଖେ କରି

ମର୍ତ୍ତ୍ଯମଣ୍ଡଳର ଜୀବନ୍ତ ଦେବତା

କିଏ ଆଉ ତାଙ୍କ ସରି?

ଦେବ ଅରଚନା କରି ସେ ମନ୍ଦିରେ

ସଅଳ ଆସିଲା ଫେରି

ଗୁରୁଜନ ଠାରୁ ଲଭି ଆଶୀର୍ବାଦ

ଆନନ୍ଦ ହୋଇଲା ଭାରି।

ସାଙ୍ଗସାଥୀ ଡ଼ାକି ସନ୍ଧ୍ୟା ସମୟରେ

ମାଆ ହସ୍ତ ଖିରୀ, ପୁରୀ

ପରଷି ଦେଲା ସେ ଚିନ୍ମୟ ଆନନ୍ଦେ

ଇଷ୍ଟଙ୍କୁ ସ୍ମରଣ କରି।

ପିତାଙ୍କ ଇଛାରେ ସତ୍ୟନାରାୟଣ

ପାଲା ହେଲା ଆୟୋଜନ

ଜ୍ଞାନୀ ଗୁଣୀ ଜନ ଡେରିଲେ ଶ୍ରବଣ

ଓଡ଼ିଆ ଘର ବିଧାନ।

ବନ୍ଧୁ ସହୋଦର ଅତିଥି ଗହଳ

ଫାଟି ପଡୁଥିଲା ଘର

ଆପଣା ସଂସ୍କୃତି ଆପଣା ମହତ

ରଖିଲେ ହୋଇବା ବର।



Rate this content
Log in

Similar oriya poem from Abstract