STORYMIRROR

Anam Charan Sahoo

Inspirational

3  

Anam Charan Sahoo

Inspirational

ବିବାହ ବନ୍ଧନ

ବିବାହ ବନ୍ଧନ

1 min
229


ଦୁଇଟି ମନର ପବିତ୍ର ବନ୍ଧନ

ବିବାହ ବେଦୀରେ ହୁଏ

ସଂସାର ରଥର ହେବା ପାଇଁ ପହି

ମୂଳଦୂଆ ପଡ଼ିଥାଏ।


ଦୁଇ ହୃଦୟର ଏ ମହା ମିଳନ

ସରଗେ ହୁଅଇ ସ୍ଥିର

କପାଳ ଲିଖନ ହୁଏ ନାହିଁ ଆନ

ଜଗତେ ମଣିଷ ଛାର।


ଜୀବନ ହାଟର ପୂଣ୍ୟ ଯଜ୍ଞ କର୍ମ

କରିଥାନ୍ତି ଦୁହେଁ ମିଶି

ଜଞ୍ଜାଳ ଗରଳ କରିଥାନ୍ତି ପାନ

ଜୀବନରେ ହସିହସି।


ସଂସାର ପଥରେ ହୋଇ ଆଶାବାଡି

ପରସ୍ପରେ ସାହା ହୋଇ

ଜୀବନ ମଙ୍ଗକୁ ସଳଖି ଥାଆନ୍ତି

ବିଭୂପାଦେ ମନ ଦେଇ।


ବିଶ୍ୱାସ, ଭରସା ହୋଇଥାଏ ସାଥୀ

ଜୀବନ ଜୀଇଁବା ପାଇଁ

ଦୁଃଖ ସୁଖ ବାଣ୍ଟି ଆନନ୍ଦେ ଚଳନ୍ତି

ଏକ ଆନ ମୁଖ ଚାହିଁ।

ବିବାହ ବନ୍ଧନ ଶୀତଳ ଚନ୍ଦନ

ଆନନ୍ଦେ ଯେ ଲେପିଥାଏ

ବିମଳ ସୁଖର ହୁଏ ଅଧିକାରୀ

ସଭିଙ୍କ ଆଦର୍ଶ ସିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational