STORYMIRROR

Anam Charan Sahoo

Classics Inspirational

4  

Anam Charan Sahoo

Classics Inspirational

ମାଆର ଚୁମ୍ବନ ସବୁଠୁ ମିଠା

ମାଆର ଚୁମ୍ବନ ସବୁଠୁ ମିଠା

1 min
295

ଜନମ ଦେଇଯେ ମମତା ନିର୍ଝରେ

ଛୋଟରୁ କରଇ ବଡ଼

ଶରଧା, ସେନେହ ଦିଏସେ ଅପାର

ସହି ବାଧା,ବିଘ୍ନ ଝଡ଼।

ପଣତରେ ଢାଙ୍କି ସାହସ,ଶକତି

ମନରେ ଭରଇ ଜାଣି

ଜହ୍ନମାମୁ ଦେଖି ଆଦରେ ଖୁଆଇ

କହେ କେତେ ମଧୁ ବାଣୀ।

ପଥେ ଚାଲୁଥିଲେ ଝୁଣ୍ଟିପଡେ ଯେବେ

ତୁଣ୍ଡେ ଉଚ୍ଚାରଣ ଯାହା

ଶବଦ କୋଷର ସବୁଠୁ ମଧୁର

ଶବଦଟି ସେହି ମାଆ।

କୋଳେ ଧରି ଯେବେ ଅତି ଶରଧାରେ

ନାନାବାୟା ଗୀତ ଗାଇ

କପାଳେ ଚୁମ୍ବନ ଆଙ୍କିଦିଏ ମୋର

ମୋ ପ୍ରେମରେ ହଜି ଯାଇ।

ସେହି ଚୁମ୍ବନର ମୂଲ ତ ଅମୂଲ

ମଧୁଠାରୁ ସୁମଧୁର

ମାତୃପ୍ରେମ ପରା ଜାହ୍ନବୀର ଧାରା

ସନ୍ତାପ କରଇ ଦୂର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics