ସୁଖ
ସୁଖ


ଆମ ସଂପର୍କରେ
ସାଉଁଟିଥିବା ସୁଖକୁ
ଚାଲ ଭାଗ କରିନେବା
ଅଧେ ତୁ ଅଧେ ମୁଁ
ସର୍ତ୍ତ କେବଳ...
ଆମେ ଦୁହେଁ ବାଣ୍ଟିବା
ଯଦି ତୁ ଚାହିଁବୁ
ମୋ ଭାଗର ସୁଖକୁ
ନେଇ ପାରିବୁ ।
ଅତି ନିଜର ବୋଲି
ନିଜକୁ ବୁଝେଇଦେବି
ଯଦି ନେବୁନି !
ମୁଁ ଆଉ କହାଠାରେ
ସୁଖ ସାଉଁଟିଲା ବେଲେ
କଷ୍ଟ ଅନୁଭବ କରିବି ।
ଜାଣେ ତୁ ଚାଲିଯିବୁ
ଅଚିହ୍ନା ହାତ ଧରି
ତେଣୁ...କେବେ ତୋ
ଲୋକ ଯଦି ଦୁଃଖିଥିବ
ମୋ ସୁଖକୁ ବାଣ୍ଟିଦେବୁ ।