STORYMIRROR

Subhalaxmi Nayak

Drama

3  

Subhalaxmi Nayak

Drama

ସ୍ୱପ୍ନ

ସ୍ୱପ୍ନ

1 min
130

ନିଦ୍ରିତ ଆଖିରେ ସ୍ୱପ୍ନ

ନାହିଁ ସେ ସ୍ୱପ୍ନର ଆଦ୍ୟ କି ସୀମାନ୍ତ

ନାହିଁ ତାହାର କେବେ ଧନୀ ଗରିବ ବାଛ ବିଚାର

ନାହିଁ ତାହା ପାଖେ ଗଣନା ବୟସର

ଛୋଟ ପିଲାଠାରୁ ବୟୋଜ୍ୟେଷ୍ଠ

ସଭିଙ୍କ ଆଖିରେ ନିଦ ଆସୁ ଆସୁ

ଅବିଳମ୍ବେ ରାଜୁତି ଏଇ ସ୍ୱପ୍ନର।


କେବେ କିଏ ଦେଖେ ସେ ଲାଟ୍ ସାହେବ

କେବେ ଦେଖେ ମାଲିକ ସେ ବଡ଼ ଅଟ୍ଟାଳିକାର

କେବେ ପୁଣି ସ୍ୱପ୍ନରେ ବିଲାତ ଭ୍ରମଣ

କେବେ ଦୁଃସ୍ୱପ୍ନ ଦିଏ ଥରାଇ ଶରୀର।


ସ୍ୱପ୍ନ ରାଇଜରେ ସଭିଏଁ ମୁରବୀ

ନିଜ ମନ ମୁତାବକ ସଭିଏଁ ବଞ୍ଚନ୍ତି

ସ୍ୱପ୍ନକୁ ଦେଖି ନିଦେ କିଏ ହସୁଥାଏ ତ

କିଏ ପିଲା ଭଳି କାନ୍ଦି ଉଠନ୍ତି।


ଆଚ୍ଛା କଥା ଏ ସପନ ଦେଖିବା

ସକାଳ ପାହିଲେ ଅର୍ଥ ଖୋଜା ପଡ଼େ

ରାତିରେ ସପନ ଦେଖିଥିବା ଲୋକ

ବେଳେବେଳେ ତାକୁ ଭୁଲି ନ ପାରେ।


ସ୍ୱପ୍ନରେ ଦେଖି ବଡ଼ ଘର, ବଡ଼ ଗାଡ଼ି

ନିଜକୁ ନିଜେ କ୍ଷଣିକ ପାଇଁ

ସୁଟ୍ ବୁଟ୍ ପିନ୍ଧା ଧନୀ ମଣନ୍ତି

ଦ୍ରୁତଗାମୀ ମଟର ଗାଡ଼ିରେ ସବାର ହୋଇ

ସାରା ଦୁନିଆରେ ବୁଲି ଆସନ୍ତି।



Rate this content
Log in

Similar oriya poem from Drama