STORYMIRROR

Bidyadhar Mantry

Drama Romance Classics

4  

Bidyadhar Mantry

Drama Romance Classics

ଝୁରେ ରାଧା ଝୁରେ ମୀରା

ଝୁରେ ରାଧା ଝୁରେ ମୀରା

1 min
35


ହେ ମହାନାୟକ ରସିକ ପ୍ରେମିକ

ଝୁରେ ରାଧା ଝୁରେ ମୀରା 

ପ୍ରେମ ରସ ପାନ ଆଢ଼ୁଆଳେ କ'ଣ

ରହିଛି କି ପରମ୍ପରା !!!!

ପୁରାଣ ପୃଷ୍ଠାରେ ଝୁରୁଅଛି ରାଧା

ମୀରା ବି ଇତିହାସରେ

ପ୍ରେମରେ ଝୁରିବା ବୋଧେ ପରିଭାଷା

ଅଛି କି ଅଭିଧାନରେ!!!


ପ୍ରଥମ ପ୍ରେମର ପ୍ରଥମ ନାୟିକା

ରହିଛି ରାଧା ନାମରେ 

ଅମର ପ୍ରେମର ସ୍ମୃତି ରହିଅଛି

ଭକ୍ତ ଜନ ମାନସରେ

ରାଧାକୃଷ୍ଣ ଏକ ଆତ୍ମା ଭିନ୍ନ ଦେହେ

ଆତ୍ମା ଅଦୃଶ୍ୟ ରୂପରେ

ଆତ୍ମାକୁ କେବଳ ଅନୁଭବ ଯୋଗ୍ୟ

କୃଷ୍ଣ ରୂପ ଦର୍ଶନରେ

ଆତ୍ମା ପରମାତ୍ମା ମିଳନର ଗାଥା

ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ

ଆଲିଙ୍ଗନ ମୁଦ୍ରା ସହିତରେ ରାଧା

ଜଗନ୍ନାଥଙ୍କ ଅଙ୍ଗରେ

ସ୍ଵୟଂ ପରଂବ୍ରହ୍ମ କୃଷ୍ଣ ଜଗନ୍ନାଥ

ସ୍ଥାନ କାଳ ପାତ୍ରେ ନାମ

ଦ୍ଵାପରେ କହ୍ନେଇ କଳିରେ କାଳିଆ

ବହୁ ରୂପୀ ବହୁ ନାମ

କୃଷ୍ଣ ଯହିଁ ଗୋପ ତହିଁ ପୁରୀ ସେହି

ରାଧା କୃଷ୍ଣଙ୍କ ଅଙ୍ଗରେ

ଆଲିଙ୍ଗନ ମୁଦ୍ରା ସହ ବିଦ୍ୟମାନ

ରାଧାକୃଷ୍ଣ ଏକାକାରେ

ସଂସାର ଜଞ୍ଜାଳ ପ୍ରତି ଅନୁରୁକ୍ତ

ସ୍ଵୟଂ କୃଷ୍ଣ ଜଗନ୍ନାଥ

ଶ୍ରୀମୁଖ କେବଳ ରହିଅଛି ମୁକ୍ତ

ରାଧା ଠାରୁ ନୁହେଁ ମୁକ୍ତ 


ମୀରା ପ୍ରେମ କିନ୍ତୁ ସଂପୂର୍ଣ୍ଣ ନିଆରା

ଯୋଗିନୀ ସାଧନା ଧାରେ

ଝୁରି ହେବା ସହ ବିଷ ପାନ କରି

କୃଷ୍ଣ ଚିନ୍ତା ଚେତନାରେ

ମୀରା ର ବିଶ୍ୱାସ ସହିତ ଭରଷା 

କେବଳ କୃଷ୍ଣ ହୃଦରେ

ଭାବନାରେ ତଲ୍ଲୀନ ପ୍ରତି ଟି ମୂହୁର୍ତ୍ତ 

ବାଳ ସୁଲଭ ମନରେ

ମୀରା ହୃଦୟରେ ପ୍ରେମର ସାଗର

ଆକାଶ ଛୁଆଁ ଭକତି

ଧୈର୍ଯ୍ୟ ଓ ସାହସ ବଳରେ ବିଜୟୀ

ଚଲା ପଥର ବିପତ୍ତି 

ବୃକ୍ଷ ବୃଦ୍ଧି ନ ହେବା କାରଣ ବୋଧେ

ପରିସ୍ଥିତି ପ୍ରତିକୂଳ

ବନ୍ଧ୍ୟା ଜମିରେ ଘାସ ହେଲା ପରି

ମୀରା ଭକ୍ତିରେ ଅଟଳ 

ତୃଷା ନିବାରଣ ନୁହଇ ପୂରଣ 

ଶୁଦ୍ଧ ମହୁ ପାନ ପରେ 

କୃଷ୍ଣ ରସ ପାନେ ତୃଷା ନିବାରଣ

ଉତ୍କଣ୍ଠା ମୀରା ହୃଦରେ

ବିଷ ପାନ ପରେ ପ୍ରଭାବ ବିହୀନ

ବିଷ ,ସ୍ଵାଦ ହୀନ ରସ

ସରଳ ଶୁଦ୍ଧ ପ୍ରେମ ରସ କେବଳ

ମୀରା ମନର ଆଭାସ

ପ୍ରେମରେ ଉପହାସ ଅନୁଭବ

ମୀରା ର ହୃଦୟ ଜାଣେ 

ଦୁନିଆ ଲୋକଙ୍କ କଥା ଓ କାମରେ

ମନ୍ଦ କୋଣ ଅନୁକୋଣେ

ଏ ଦୁନିଆରେ ପ୍ରେମ ହିଁ ଆଧାର

ମୀରା ପ୍ରେମର ପୂଜାରୀ

ପ୍ରେମ-ଇତିହାସ ପୃଷ୍ଠାରେ ରହିଛି 

କୃଷ୍ଣ ପ୍ରେମ ସର୍ବୋପରି

ଯୋଗିନୀ ରୂପରେ ମୀରା ର ସାଧନା 

ପ୍ରେମ ପରିଭାଷା ବ୍ୟକ୍ତ

ଅପୂର୍ବ ପ୍ରେମର ଭାବ କୃଷ୍ଣ ପ୍ରତି

କୃଷ୍ଣ ମୟ ଏ ଜଗତ

ହେ ପ୍ରେମ-ପୁରୁଷ ପ୍ରେମୀ ପ୍ରେମ-ଧନ

ରାଧା ମୀରା ର ପ୍ରେମିକ

ଯେତେ କଳା ସେତେ କଲ ଲୀଳା ଖେଳା 

କଳାର ମହାନାୟକ

ହେ କୃଷ୍ଣ-କହ୍ନାଇ ଝୁରେ ମୀରା ପ୍ରାଣ

କୃଷ୍ଣ ଗୁଣ ଗାନ ଧାରେ

କୃଷ୍ଣ ରସ ପାନ କରିବା ଆଶାରେ 

ମନ ପ୍ରାଣ ସହ ଝୁରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama