STORYMIRROR

Bidyadhar Mantry

Drama Classics Inspirational

4  

Bidyadhar Mantry

Drama Classics Inspirational

ରଜ ପର୍ବ ନାମେ " ଥରେ ''

ରଜ ପର୍ବ ନାମେ " ଥରେ ''

1 min
21


ଗ୍ରୀଷ୍ମ ଓ ବର୍ଷା ଋତୁର ସନ୍ଧି କ୍ଷଣେ

ଭିଜା ମାଟିର ବାସ୍ନାରେ

ଧରିତ୍ରୀ ମାତା ଓ ମୌସୁମୀ ମିଳନ

ରଜ ପର୍ବ ଉତ୍କଳରେ

ପ୍ରକୃତି କୋଳରେ ବର୍ଷାର ସମ୍ଭାର 

ସ୍ଵାଗତ ର ପର୍ବ ରଜ

ତିନି ଦିନ ପର୍ବ ହସ ଖୁସି ଧାରେ

ସାଥିରେ ମଜା ମଉଜ

ମାଟି ମା'ର ବିଶ୍ରାମ ଆଳରେ ପର୍ବ

ପାଳନ ମୁଖ୍ୟ ଉଦ୍ଦେଶ୍ୟ

ପ୍ରଥମ ବର୍ଷା ରେ ପୃଥିବୀ ଶୀତଳ

ପ୍ରଜନନକ୍ଷମ ଅବଶ୍ୟ

ପୃଥିବୀ ମାତାର ଏହି ଅବସ୍ଥାକୁ

ରଜସ୍ୱଳା ନାରୀ ସମ

କୃଷି କର୍ମରୁ ଅବ୍ୟାହତି କୃଷକ

ପୃଥିବୀ ପୂର୍ଣ୍ଣ ବିଶ୍ରାମ

ରଜ ସଂକ୍ରାନ୍ତି ର ପୂର୍ବ ଦିନ ବିଧି

ପହିଲି ରଜ ପାଳନ

ରଜ ସଂକ୍ରାନ୍ତି କୁ ଦ୍ୱିତୀୟ ଦିବସ

ତୃତୀୟେ ଭୂମି ଦହନ 

ତିନି ଦିନ ପରେ ବସୁମତୀ ସ୍ନାନ

ରଜସ୍ଵଳା ନାରୀ ପରି

ସମ୍ମାନର ସହ ଅକ୍ଷତ ରୂପରେ

ବନ୍ଦନୀୟ ସର୍ବୋପରି


ପ୍ରତି ବର୍ଷ ରଜ ଆସୁଛି ଆସିବ

ବନସ୍ତ ଥାଉ ନ ଥାଉ 

ସୁଯୋଗ ରହିଛି ନିହାତି ଆସିବ

କୁଆଁରୀ ଅନେଇ ଥାଉ

ବରଷକେ ଥରେ ଆସିଛି ରଜ ଲୋ

ଘେନି ନୂଆ ସଜ ବାଜ

କବି କଲମରୁ ସେଇ ପଦ ଧାରେ

କବିତା ସର୍ଜନା କାର୍ଯ୍ୟ

ରଜ ପର୍ବ ପରି ପ୍ରତି ପର୍ବ ଆସେ 

ଥରେ ମାତ୍ର ବର୍ଷକରେ

ରଜ ପର୍ବ ନାମେ ' ଥରେ ' ବ୍ୟବହାର

କଥା କବିତା ଆକାରେ


କେହି ସଜ ହେଉ ବା ନ ହେଉ

ରଜ ଆସି ହୁଏ ଉଭା

କିଏ କେଉଁ ଭାବେ ପାଳନ କରୁଛି

ରଜ ନାମେ ସବୁ ଶୋଭା

ଥିଲା ବନ, ଥିଲା ଗଜ, ଥିଲା ଗଛ

ଶୁଭୁଥିଲା ଗଜ ଡାକ

ଥିଲା ରଜ, ଥିଲା ଲାଜ ,ଥିଲା ମଜା

ଦୋଳିରେ ଥିଲା କୁହୁକ

ଲାଜ ନାହିଁ ,ପାନ ନାହିଁ ,ପୁଚି ନାହିଁ

ଅଛି ମିଛ ସଜ ବାଜ

ସଂସ୍କାର ସଂସ୍କୃତି ପୁଣି ପରମ୍ପରା

ଗାଥା ରେ ବି ନାହିଁ ଲାଜ


ଧରିତ୍ରୀ ମାତାଙ୍କୁ ଯେପରି ବିଶ୍ରାମ

ଝିଅ ବୋହୁ ସେହି ପରି

ବିଶ୍ରାମ ସହିତ ଦୋଳି,ତାସ,ଲୁଡୁ 

ଖେଳ ହୁଏ ସର୍ବୋପରି

ପାଦରେ ଅଳତା,ମଥାରେ ବି ଚିତା

ବେଣୀରେ ଥାଇ ରିବନ 

ପେଟ ଭର୍ତ୍ତି ମିଠା ପାଟି ଭର୍ତ୍ତି ପାନ

କୁଆଁରୀ ମନ ଉଚ୍ଛନ୍ନ 

କେତେ ଗୀତ ଥଟା ମଜା କଥା ସହ

ହସର ଭରା ଜୁଆର

ରଜ ଭୁଆସୁଣୀ ବସିଲେ ଦୋଳିରେ 

ରଜ ଦୋଳି ବି ସୁନ୍ଦର

ବରଷକେ ଥରେ ଆସି ଅଛି ରଜ

ଦୋଳି କୁ କରେ ଇଶାରା 

କୁଆଁରୀ ହସରେ ପତଳା ଲାଜରେ

ହସୁ ଥାଉ ଏହି ଧରା 

ଗାଆଁ ଓ ସହର କେଉଁଠି ବି ନାହିଁ

ପୂର୍ବ ସରାଗ ଆଦର 

ତଥାପି ରଜ ର ମାନ୍ୟତା ରହିଛି

କୃଷି ଭିତ୍ତିକ ପର୍ବର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama