STORYMIRROR

Kabiratna Nutan Kumar Behera

Abstract Drama Inspirational

4  

Kabiratna Nutan Kumar Behera

Abstract Drama Inspirational

ଗୁହାରି ଶୁଣ ମଣିମା

ଗୁହାରି ଶୁଣ ମଣିମା

1 min
17

  


ଗୁହାରି ଶୁଣ ମଣିମା

        ଦୋଷ ମୋର କରି କ୍ଷମା,

ଜାଣିଛି ତୁମ ମହିମା

        ନାହିଁ ତା'ର ପରିସୀମା।୦।

ପତିତପାବନବାନା

          ଉଡ଼ାଅ ଭରି ଚେତନା,

କିଞ୍ଚିତେ ସୁଖ ମିଳେନା

           ତୁମରି ଆଶିଷ ବିନା।

ସଂସାର କରି ସର୍ଜନା

            କରୁଛ ପରିଚାଳନା,

ମିଛ ମାୟାର ଛଳନା

         ଦିଏ ମୋତେ ପ୍ରତାରଣା।

ବିଶ୍ବାସ ରହୁନି ଜମା

         ଗୁହାରି ଶୁଣ ମଣିମା.....

ସୁଖ ଖୋଜି ପାଏଁ ଦୁଃଖ

          ହୋଇ ପଡ଼େ ମୁଁ ବିମୁଖ,

ସବୁ ତ ନିରେଖି ଦେଖ

           ହୁଅ ତୁମ ନିରପେକ୍ଷ।

ଆଜ୍ଞା ପାଳି ଚନ୍ଦ୍ର ସୂର୍ଯ୍ୟ

          କରନ୍ତି ଜଗତେ କାର୍ଯ୍ୟ,

ଯା' କରିଛ ତୁମେ ଧାର୍ଯ୍ୟ

         ପାଳିବାକୁ ଦିଅ ଧୈର୍ଯ୍ୟ।

ଭରିଛ ଭବେ ସୁଷମା

        ଗୁହାରି ଶୁଣ ମଣିମା......

ତୁମ କୃପା ଏକା ସାହା

        କରିବାକୁ ମୋତେ ଆହା,

କରୁଣା କରିବ ଯାହା

        ଖୁସିରେ ନେବି ମୁଁ ତାହା।

ଦିଅ ହେ ପ୍ରଭୁ ଶରଣ

           ଧରିଛି ତୁମ ଚରଣ,

କର ମାନ ଉଦ୍ଧାରଣ

       ଭରି ମୋର ପ୍ରାଣେ ପ୍ରାଣ।

ତୁମେ ତ ଭୂମିରୁ ଭୂମା

        ଗୁହାରି ଶୁଣ ମଣିମା ।


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract