ମହତ
ମହତ
ମହତ କାର୍ଯ୍ୟଟି ଦୁନିଆରେ ସିନା
ସବୁଠାରୁ ବଡ ହୁଏ
ମହତ କର୍ମଟି କରିଥାଏ ଯିଏ
ମହାନ ବୋଲାଏ ସିଏ ।
ରଖିଥାଏ ସିଏ ମାନ ଓ ମହତ
ସମ୍ମାନ ବଢେଇ ଥାଏ
ମହତ ଲୋକଟି ସାରା ଜଗତରେ
ସର୍ବଦା ପୂଜିତ ହୁଏ ।
ବିପଦ ସମୟେ ପାଖେ ଛିଡା ହୁଏ
କରେ ପରୋପକାର
ଲୋଭ କେବେ ତାକୁ ଗ୍ରାସ କରେ ନାହିଁ
ହୁଏନି ସେ ସ୍ୱାର୍ଥପର ।
ଅନ୍ୟର ସର୍ବଦା ଭଲ ଚିନ୍ତା କରେ
ମଙ୍ଗଳ କାର୍ଯ୍ୟଟି କରେ
ଜଗତ କଲ୍ୟାଣ ପାଇଁ ସେ ତତ୍ପର
ନିଜକୁ ଉତ୍ସର୍ଗ କରେ ।
ମହତ ଲୋକଟି ସର୍ବଦା ନିଜର
ମହତକୁ ଜାଗି ଥାଏ
ଲଜ୍ଜ୍ୟାର ଭୂଷଣ କରେ ଆଭରଣ
ନତ ମସ୍ତକ ସେ ହୁଏ ।
ସୂର୍ଯ୍ୟ ,ଚନ୍ଦ୍ର ,ତାରା ଉଚ୍ଚରେ ଥାଇ କି
ତଳକୁ କରନ୍ତି ମୁଖ
କେଉଁ ଶିକ୍ଷା ସିଏ ଆମକୁ ଦିଅନ୍ତି
ନିଜ ମନକୁ ପରଖ ।
ମହତ ଜନର ପାଖେ ଧନ ଜନ
କେବେ ବଡ ହୁଏ ନାହିଁ
ଜୀବନରେ କେବେ ନିଜର ସମ୍ମାନ
ମାଟିରେ ମିଶାଏ ନାହଁ ।
କୋମଳ ବଚନ କହଇ ସର୍ବଦା
ମଣିଷ ପଣିଆ ରଖେ
ଗୁରୁଜନ ପ୍ରତି ସମ୍ମାନ ତା' ଥାଏ
ଭାଗ ନିଏ ଦୁଃଖ ସୁଖେ ।
ପୋଖରୀ ଖନନ ପାଦପ ରୋପଣ
ବିଶ୍ରାମଗାରା ସେ କରେ
କ୍ଳାନ୍ତ ପଥିକଟି ଆଶ୍ରୟ ନେଇଣ
କ୍ଳେଶ ତା' ଲାଘବ କରେ ।
ମହତ ଜନ ପାଖେ ମହତ ଲୋକଟି
ରହିବାକୁ ଭଲ ପା'ନ୍ତି
ଅମହତ ଯିଏ ହୋଇଥାଏ ସିଏ
ସେଠାରୁ ଦୂରେଇ ଯାନ୍ତି ।
ସୁବର୍ଣ୍ଣକୁ ଯେତେ ନିଆଁରେ ଆଉଟ
ସେତେ ଉଜ୍ଜଳତା ହେବ
ମହତ ଯାହା ପାଖେ କବର ସାଜିଛି
ସେ କାହୁଁ ତାହା ବୁଝିବ ।
ଧନ ଚାଲି ଯାଉ ଜନ ଚାଲି ଯାଉ
ମହତଟି ରହିଥାଉ
ମହତଟି ଯଦି ଥରେ ଚାଲିଯାଏ
କେବେ ସେ ଫେରେନା ଆଉ ।
