STORYMIRROR

SUJATA DAS

Abstract

4  

SUJATA DAS

Abstract

ସପନ

ସପନ

1 min
217


 ପହିଲି ବର୍ଷାର ପହିଲି ଛୁଆଁ 

   ପୁଲକିତ ହୁଏ ତନୁମନ 

     ଭରିଯାଏ ମନେ ଅପୂର୍ବ ରୋମାଞ୍ଚ 

       ମତୁଆଲା ମନ ହୋଇଯାଏ

        ଆତ୍ମ ବିଭୋର ଅସୁମାରୀ

          ନୂତନ ଉଲ୍ଲାସେ 

  ଯେମିତ ଖୋଲିଯାଏ 

    ଫୁଲର ପାଖୁଡାସବୁ 

     ଚଗଲା ମଳୟ ଛୁଆଁରେ  

       କେବେ କେବେ ଝାଉଁଳି ଯାଏ 

         ଲାଜେଇ ପବନ ସ୍ପର୍ଶରେ

 ଭାରି ଭଲ ଲାଗେ ଓଦା ମାଟିର ବାସ୍ନା 

   ପହିଲି ବର୍ଷାବିନ୍ଦୁର ଛୁଂଆରେ 

     ମହକି ମହକି ଯାଏ ଚଉଦିଗ 

      ଛୁଇଁ ଯାଏ ହୃଦୟ ତନ୍ତ୍ରୀକୁ 

        ପୁଣି ମନତଳେ ଲୁଚିଥିବା

          ଗଭୀର ଇଚ୍ଛା ଆକାଂକ୍ଷାକୁ 

 ଥଣ୍ଡା ଥଣ୍ଡା ମୃଦୁ ମଳୟ 

    ପୁଣି ଖେଳାଏ କେତେ ଶିହରଣ 

      ମନେପଡେ ପିଲାଦିନ 

       ଭିଜିବାର ଖୁସି ଆନନ୍ଦ 

         ସାଥି ଗହଳରେ !

ଖୁବ ଆପଣାର ଏ ବର୍ଷା 

  ଭାରି ଆତ୍ମୀୟ, ଭାରି ଆପଣାର 

   ବୁଝିପାରେ ମନକୁ ମୋ 

     ଛୁଇଁପାରେ ମୋ ମନ 

       ଭଲପାଏ ନିବିଡ ଭାବେ 

        ମୁଁ ଚାହିଁ ଥାଏ ଅପଲକ ନୟନେ 

         ତା ଆସିବା ପଥକୁ 

          ଆଖିରେ ଆଖିଏ ବିଶ୍ୱାସ ନେଇ 

ବର୍ଷା ଟୋପା ର ସ୍ପର୍ଶରେ 

 ନୂଆ ନୂଆ ଅନୁଭବ 

  ହୃଦୟ ତାନ୍ତ୍ରିରୁ ଝଙ୍କୃତ ହୁଏ 

    ନୂତନତ୍ୱ ର ଅପୂର୍ବ ମହକ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract