STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଜୀବନର ସତ୍ଯତା

ଜୀବନର ସତ୍ଯତା

1 min
379


ବୟସଟା ଯେବେ ଏକ ହୋଇଥିଲା

   କିଛି ମୁଁ ଜାଣୁ ନ ଥିଲି

ସଭିଏଁ ନିଜର ଲାଗୁଥିଲେ ମୋତେ

   କଥା ପାରେ ନାହିଁ ଖୋଲି।୧


ତିନି ବରଷର ଶିଶୁ ଯେବେ ହେଲି

   ମୋତେ ଲାଗେ ବାପା ଭଲ

କହିବା ଆଗରୁ ସବୁ ଦେଉଥିଲେ

   ଧରି କରୁଥିଲେ ଗେଲ।୨


ଛଅ ବରଷରେ କହୁଥିଲି ଖୋଲି

   ମୋ' ବାପା ସବୁଠୁ ଭଲ

ଦୁନିଆଁରେ କେହି ନ ଥିବେ ନିଶ୍ଚିତ

   ମୋ' ବାପା ପରିକା ଢାଲ।୩


ତେର ବରଷରେ ଦେଖିଲି ବାପାଙ୍କୁ

   ବଡ଼ ରାଗ ମୋ' ଉପରେ

ଷୋହଳ ବୟସେ କାହିଁକି କେଜାଣି

   ଭଲ ପାଆନ୍ତିନି ବାରେ।୪


ପାଟି କରିଥାନ୍ତି ଏକୋଇଶି ବର୍ଷେ

   ଡାହା ମିଛଟାରେ ମୋତେ

ଅଠେଇଶି ଯେବେ ହୋଇଲା କହିଲି

   ଜାଣିନ ସଂସାର ହିତେ।୫


ଯେବେ ମୋ' ବୟସ ପଇଁତିରିଶିରେ

   ପାଦ ଥାପି ଦେଲି ମୁହିଁ

ଜବାବ ଦେଲି ମୁଁ ଚୁପ ରହିବାକୁ

   ବସିରୁହ ଘରେ ଖାଇ।୬


ପଇଁଚାଳିଶରେ ଚାଲିଲା ଯେମିତି

   କହିଲି ହୃଦୟ ଖୋଲି

ତୁମ ସଙ୍ଗେ ମୋର ଆଉ ଇଛା ନାହିଁ

   କଥାହେବା ଆଜିକାଲି।୭


ଷାଠିଏ ଚାଲିଲା ବୟସ ଯେବେଠୁ

   ମନେ ପଡେ଼ ବାପା କଥା

ଆଉ ସେ ନାହାଁନ୍ତି ଆକଟ ପାଇଁକି

   ମନ ଓ ହୃଦୟ ବ୍ଯଥା।୮


ଧିକ ମୋ' ଜୀବନ ବାପାଙ୍କୁ କାହିଁକି

   ବୁଝି ପାରିଲିନି ଯମା

ଅସମ୍ମାନ କରି ହୀନ ଚକ୍ଷୁରେ ମୁଁ

   ଦେଖି ଦେଇ ନାହିଁ ଚୁମା।୯

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract