STORYMIRROR

Niranjan Mishra

Abstract

4  

Niranjan Mishra

Abstract

ତୁମକୁ ଦେଖିଲା ପରେ

ତୁମକୁ ଦେଖିଲା ପରେ

1 min
310


ତୁମକୁ ଦେଖିଲା ପରେ

ମାନ ଅଭିମାନ ଯାହା ଥିଲା ମନେ

ଚାଲିଗଲା କାହିଁ ଦୂରେ।

ଶତ ଆଶା ପାଶେ ବନ୍ଧା ଥିଲା ମନ

ଦରଶନ କଲି କମଳ ଲୋଚନ

କାହିଁ ଗଲା ଚାଲି ସେ ଆଶା ବନ୍ଧନ

ମୁକତ ହେଲି ମୁଁ ଥରେ ।

ମନ ମୋ ରହିଲା ତୁମ ଚରଣରେ

ଆଖି ମୋ ଲାଖିଲା ଚକା ନୟନରେ

ତୁମ ରୂପ କାନ୍ତି ହୃଦେ ମୋର ଚିନ୍ତି

ଆନନ୍ଦ ଲଭେ ହୃଦରେ।

ତୁମରି ପ୍ରେମର ଅମୃତ ରସରେ

ବୁଡିଗଲି ଯେବେ ମତି ହରଷରେ

ଆତ୍ମାପ୍ଳୁତ ହେଲା ଆନନ୍ଦ ଅଶ୍ରୁରେ

ଜ୍ଞାନ ନଥିଲା ଦେହରେ ।

ଯହିଁ ମୁଁ ଦେଖିଲି ତୁମକୁ ଦେଖିଲି

ତୁମ ବିନା ଆନ କିଛି ନ ଦେଖିଲି

ସକଳ ଘଟରେ ବିରାଜୁଛ ତୁମେ

ବିଶ୍ୱାତ୍ମା ବିଶ୍ବ ରୂପରେ।

ସବୁ ରୂପ ପ୍ରଭୁ ତୁମ ରୂପ ସିନା

ତୁମ ବିନା ଆନ କିଛି ମୁଁ ଦେଖେନା

ତୁମ ଚରଣରେ ରହୁ ମୋର ଚିତ୍ତ

ଆସ ମୋ ଅନୁଭବରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract