Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shatabdee Bal

Abstract

4  

Shatabdee Bal

Abstract

ରଜ ମଉଜ

ରଜ ମଉଜ

1 min
277



ଆସିଛି ରଜ ହେବ ମଉଜ

        ଘର ଘରକା ଆଜି

ପିଠାପଣା ରେ ପେଟ ପୁରିବ

       ନୂଆ ପୋଷାକ ପିନ୍ଧି ।


ଲୁଡୁ,ପଶାପାଲି,ବାଗୁଡ଼ି ଖେଳ

         ଚାଲିଥିବ ଅହରହ

ପିଲାଠୁ ବୁଢ଼ା ସବୁ ଖେଳିବେ

        ସାଙ୍ଗ ହୋଇକି ପରା ।


ନୂଆ ବସନ ଅଳତା ପିନ୍ଧି

     ଝିଅ ମାନେ ହେବେ ସଜ

ରଜର ପାନ କଳରେ ଯାକି

       ନାଲି କରିବେ ଓଠ ।


ପୋଡ଼ପିଠା କୁ କାକରା ଖଳି

      ଲାଗେ ଯେ ଭାରି ମିଠା

ହୋଇଣ ସଜ ଗାଁ ବୁଲିଲେ

     ଲାଗିଥାଏ ଭାରି ମଜା ।


ନାନା ପ୍ରକାର ଦୋଳି ଖେଳରେ

          ମୁସଗୁଲ ହୁଏ ମନ

ଭଜନ,କୀର୍ତ୍ତନ,ପୁରାଣ,ବେଦ

        ପିଣ୍ଡରେ ଭରେ ପ୍ରାଣ ।


ପାଦରେ ନାଲି ଅଳତା ଛନ୍ଦି

      ମଥାରେ ନାଲି କୁଙ୍କୁମ ପିନ୍ଧି

ତରୁଣୀ ହୋଇଛି ସଜ

     ଗାଁ ବୁଲାରେ ମିଳୁଛି ଭାରି ମଉଜ ।


ରଜ ତିନି ଦିନ ମନ ଖୁସିରେ

         ସଭିଏ ନାଚି ବୁଲନ୍ତି

ବସୁଧା ମାଆ କୁ ପୂଜା କରିଣ

       ଆଶୀର୍ବାଦ ଯେ ନିଅନ୍ତି ।


ରଜସ୍ୱଳା ହୁଏ ବସୁଧା ମାତା

        ଦିଅନି ତାକୁ କଷଣ

ଚପଲ ପିନ୍ଧି ବୁକୁରେ ଗଲେ

       ମିଳେ ଯେ ତାକୁ ଯନ୍ତ୍ରଣା ।


ରଜ ଆଣିଥାଏ ବରଷା ପାଣି

         ଗ୍ରୀଷ୍ମ ରୁ ମିଳେ ତ୍ରାହି

କୃଷକ ଭାଇ ର ମନରେ ଭରେ

        ଅସୀମ ଆନନ୍ଦ ଖୁସି ।


Rate this content
Log in

Similar oriya poem from Abstract