STORYMIRROR

Shatabdee Bal

Abstract Inspirational Others

4  

Shatabdee Bal

Abstract Inspirational Others

ସର୍ବସଂହିତା ମାଆ

ସର୍ବସଂହିତା ମାଆ

1 min
259


ମାଆ ପରି କିଏ ହେବ

       ମଧୁରବଚନ କହିବ

ପିଲା ମାନଙ୍କର ଖୁସି ପାଇଁ ଯିଏ

          ସବୁକିଛି କରୁଥିବ


ଏନ୍ତୁଡ଼ିଶାଳ ରୁ ବୃଦ୍ଧା ହେବାଯାଏ

         ଲାଳନପାଳନ କରିବ

ସେହି ମାଆ ଆଜି ରାଜରାସ୍ତାରେ

          କାନ୍ଦିକାନ୍ଦି ବୁଲୁଥିବ


ଦଶମାସ ଯିଏ ଗର୍ଭେ ଧରିକରି

          ବକ୍ଷ ଅମୃତ ଯେ ଦେଲା

ନଖାଇ ନପିଇ ଛୁଆ କଥା ଯିଏ

          ପ୍ରଥମ ରୁ ବୁଝୁଥିଲା


ସନ୍ତାନ ର ପାଇଁ ଜୀବନ କୁ ସିଏ

         ବାଜିରେ ଲଗାଇ ଦେଲା

ତା ମାତୃତ୍ଵ ଆଗେ ମୁଣ୍ଡ ନୁଇବା କୁ

         କେବେ ଆମେ ନ ଭୁଲିବା


ବୁଝିପାରେ ଯିଏ ଦୁଃଖେ ସୁଖେ ଥିଲେ

            ମୁଁହ କୁ ସେ ଦେଖିକରି

ତା କୋଳେ ବସାଇ ସାଉଁଟି ମୁଣ୍ଡକୁ

          ପଣତ ରେ ଢାଙ୍କିଦେଇ


ମାଆ ର ମମତା ସୀମାହୀନ ସେତ

            ପାରାବାର ସମ ବଡ଼

ପାଇବୁ ନାହିଁରେ ଜଗତେ ମମତା

         ଯେତେ ଥିଲେ ବାହୁବଳ


ମାଆ ର ଆଶିଷ ସେନେହରେ ଭରା

             ରକ୍ଷାକବଚ ଅଟଇ

ଖୋଜି ଖୋଜି ଯେତେ ନୟାନ୍ତ ହେଲେ ବି

              ତାପରି ପାଇବୁ ନାହିଁ


କେବେ ସିଏ ଦୁର୍ଗା କେବେ ପୁଣି ଚଣ୍ଡୀ

           ସାଜିପାରେ ମହୀଧରେ

ନିଜ ସନ୍ତାନ ର ରକ୍ଷାପାଇଁ ସିଏ

          ନରସଂହାର ବି କରେ


କେବେ ସିଏ ପୁଣି ପର୍ବତ ସମାନ

          ଅଚଳ ମେରୁ ସାଜଇ

ନିଜ ସନ୍ତାନ ର ଖୁସିପାଇଁ ସିଏ

          ସବୁରି କଷଣ ସହି


ସଂସାର କୁ ଯିଏ ଆଣିଛି ତୁମକୁ

         କେବେ ତାକୁ ଭୁଲନାହିଁ

ଅସ୍ତିତ୍ଵ କୁ ତୁମ ବଜାଇ ରଖିଛି

           ଗର୍ଭେ ଦଶମାସ ଦେଇ


ଋଣ ଜୀବନରେ ସବୁ ସୁଝିପାର

         ମାତୃଋଣ କେବେ ନାହିଁ

ଜୀବନକାଳରେ ତାହାରି ସେବାରେ

         ଏ ଜୀବନ ବିତୁଥାଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract